ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା; ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବର୍ଷା

କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ମାମଲା । ଫାମିଲି କୋର୍ଟରେ ଅନୁଭବଙ୍କ ସାନି ସାକ୍ଷ୍ୟ ଗ୍ରହଣ ପାଇଁ ହାଇକୋର୍ଟରେ କରିଥିବା ଆବେଦନ ପ୍ରତ୍ୟାହାର କରି ନେଇଛନ୍ତି ବର୍ଷା । ଫ୍ୟାମିଲି କୋର୍ଟରେ ଉଭୟଙ୍କ ପାଇଁ ସାକ୍ଷ୍ୟ ଗ୍ରହଣର ଏକାଧିକ ତାରିଖ ଧାର୍ଯ୍ୟ ହୋଇଥିଲା । ଏପରିକି ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିଲା ।

ତେବେ ବର୍ଷା ସାନି ସାକ୍ଷ୍ୟ ଗ୍ରହଣ ପାଇଁ ଆବେଦନ କରିବାରୁ ଏହାକୁ ଗ୍ରହଣ କରି ନଥିଲେ ଫ୍ୟାମିଲି କୋର୍ଟ । ଫଳରେ ବର୍ଷା ସମାନ ପ୍ରାର୍ଥନା କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଆଜି ସେ ନିଜର ଆବେଦନକୁ ପ୍ରତ୍ୟାହାର କରି ନେଇଛନ୍ତି ।