ଟଳୁନି ଟିକା ସଂକଟ, ମାତ୍ର ୪ ଜିଲ୍ଲାରେ ଦିଆଯାଉଛି ଟିକା

ଭୁବନେଶ୍ୱର: ରାଜ୍ୟରେ ଟଳୁ ନାହିଁ ଟିକା ସଂକଟ। କେନ୍ଦ୍ର ଆବଶ୍ୟକୀୟ ଟିକା ଦେଉନଥିବାରୁ ଦିନକୁ ଦିନ ଜଟିଳ ହେଉଛି ଟିକା ସଂକଟ। ଆଜି ମାତ୍ର ୪ଟି ଜିଲ୍ଲାରେ ଟିକାକରଣ କରାଯାଉଛି। ୪ଟି ଜିଲ୍ଲାର ମୋଟ ୧୨ଟି କେନ୍ଦ୍ରରେ ଟିକା ଦିଆଯାଉଛି । ଗଞ୍ଜାମରେ ୪, ନବରଙ୍ଗପୁରରେ ୪, ପୁରୀରେ ୩ ଓ ସୁନ୍ଦରଗଡ଼ ଜିଲ୍ଲାରେ ମାତ୍ର ଗୋଟିଏ କେନ୍ଦ୍ରରେ ଟିକାକରଣ କରାଯାଉଛି।

ରାଜ୍ୟରେ ୪୧ ହଜାର ୨୯୦ ଡୋଜ କୋଭିସିଲଡ ଥିବା ବେଳେ ୩ ଲକ୍ଷ ୫୪ ହଜାର ୧୩୦ ଡୋଜ କୋଭାକ୍ସିନ ମହଜୁଦ ରହିଛି। ଟିକା ସଙ୍କଟକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଆସନ୍ତା ୧୫ ତାରିଖରେ କେନ୍ଦ୍ର ସରକାର କୋଭିସିଲଡ ଟିକା ପଠାଇବେ । ତେଣୁ ସେ ପର୍ଯ୍ୟନ୍ତ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ହେବ । ରାଜ୍ୟ ସରକାର ରେକର୍ଡ ଟିକାକରଣ କରୁଥିବା ବେଳେ କେନ୍ଦ୍ରର ଟାଳଟୁଳ ନୀତି ପାଇଁ ଟିକାକରଣରେ ବାଧା ସୃଷ୍ଟି ହେଉଛି । ରାଜ୍ୟ ସରକାର ତୁରନ୍ତ କୋଭିସିଲଡ ଟିକା ପଠାଇବା ପାଇଁ ଦାବି କରିଛନ୍ତି। ଅନ୍ୟପଟେ ଆସନ୍ତା ୧୫ ତାରିଖ ପରେ ଟିକାକରଣରେ ଗର୍ଭବତୀ ସାମିଲ ହେବେ।

Leave a Reply