ଉତ୍ତରାଖଣ୍ଡରେ ପ୍ରଳୟଙ୍କାରୀ ବନ୍ୟାରେ ଉଜୁଡ଼ିଗଲା ସଂସାର, ଟନେଲରେ ଫସିଛନ୍ତି ୩୫ରୁ ଅଧିକ ଲୋକ

1 min read

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ଜଳ ପ୍ରଳୟକୁ ୭୨ ଘଣ୍ଟା। ଏବେ ବି ତପୋବନ ଟନେଲରେ ଫସିଛନ୍ତି ୩୫ରୁ ଅଧିକ ଲୋକ। ଉଦ୍ଧାର କାର୍ଯ୍ୟରେ ITBP, NDRF, SDRFର ୬୦୦ରୁ ଊର୍ଦ୍ଧ୍ୱ ଯବାନ ସାମିଲ ହୋଇଛନ୍ତି । ସୁଡ଼ଙ୍ଗ ଭିତରେ ଫସି ରହିଥିବା ଲୋକମାନଙ୍କୁ ଖୋଜିବାକୁ ଏବେ ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯାଇଛି । ସେପଟେ ଅଳକନନ୍ଦା ଓ ଋଷିଗଙ୍ଗା ବନ୍ୟାରେ ପ୍ରଭାବିତ ଗ୍ରାମଗୁଡ଼ିକରେ ଖାଦ୍ୟ, ଔଷଧ ଆଦି ଜରୁରିକାଳୀନ ସୁବିଧା ପହଞ୍ଚାଉଛନ୍ତି ଯବାନ । ଉତ୍ତରାଖଣ୍ଡରେ ଜଳ ତାଣ୍ଡବ ଯୋଗୁ ଅନେକ ଜୀବନ ଯାଇଥିବା ବେଳେ ବହୁ ଧନସମ୍ପତ୍ତି ହାନି ଘଟିଛି । ଏବେ ସୁଦ୍ଧା ୩୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ପ୍ରାୟ ୨ଶହ ଲୋକ ନିଖୋଜ ଅଛନ୍ତି । ଗ୍ଲାସିୟର ଫଟିବା ଯୋଗୁ ତପୋବନଠାରେ ଚାଲିଥିବା ହାଇଡ୍ରୋ ପ୍ରୋଜେକ୍ଟ ମଧ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।

Leave a Reply