spot_img

Latest Posts

ରାସ୍ତାରେ ବସିଲେ ହରିଶ ରାୱତ, କଲେ ପ୍ରତିବାଦ

ନୂଆଦିଲ୍ଲୀ: ରାସ୍ତାର ଦୂରାବସ୍ଥା ନେଇ ତାତିଲେ ହରିଶ ରାଓ୍ବତ । ରାସ୍ତାରେ ଧାରଣାରେ ବସିଲେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ । ଦୀର୍ଘଦିନ ଧରି ହଲଦଓ୍ବାନି ରାଜପଥର ଅବସ୍ଥା ବେହାଲ ହୋଇଛି । ବିଭିନ୍ନ ସ୍ଥାନରେ ଖାଲଢିପ ହେବା ସହ ସାମାନ୍ୟ ବର୍ଷା ହେଲେ ପାଣି ଜମିଯାଉଛି ।

ସୂଚନା ଅନୁଯାୟୀ, ଯାତ୍ରୀମାନେ ନାହିଁ ନଥିବା ଅବସ୍ଥାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାରେ ଲାଲକୁଆଁ ଦେଇ କଂଗ୍ରେସ ନେତା ରାଓ୍ବତ ଯାଉଥିବାବେଳେ ରାସ୍ତାର ଦୂରାବସ୍ଥା ପ୍ରତିବାଦରେ ଗାଡ଼ିରୁ ଓହ୍ଲାଇ ରାସ୍ତା ଉପରେ ବସିପଡ଼ି ଧାରଣା ଦେଇଥିଲ।  ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅନ ଦି ସ୍ପଟ ଧାରଣା ବର୍ତ୍ତମାନ ସମୟରେ ଚର୍ଚ୍ଚାର କାରଣ ପାଲଟିଛି ।

Latest Posts

Don't Miss