ଚୀନକୁ ଝଟକା: ଟିକଟକ୍ ସମେତ ଅନ୍ୟ ଚାଇନା ଆପ୍ ଉପରେ ପ୍ରତିବନ୍ଧକ ଲଗାଇପାରେ ଆମେରିକା

1 min read
USA May Ban all China app in the Country.

ୱାଶିଂଟନ: ଯାହା ଅନୁମାନ କରାଯାଉଥିଲା, ତାହା ହେଲା । ଚାଇନା ଆପ୍ କୁ ଭାରତ ବ୍ୟାନ କରିବା ପରେ ଚୀନକୁ ମିଳିଥିବା ଝଟକା ଏବେ ଆହୁରି ଜୋରରେ ଲାଗିବାକୁ ଯାଉଛି । ଆମେରିକା ମଧ୍ୟ ଟିକଟକ୍ ସମେତ ଚୀନ ମୋବାଇଲ ଆପ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଗମ୍ଭୀର ରୂପରେ ବିଚାର କରୁଛି । ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ ସୋମବାର ବିଳମ୍ବିତ ରାତିରେ ଏହି ସମ୍ବନ୍ଧରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ‘ଆମେ ନିଶ୍ଚିତ ରୂପରେ ଚୀନ ଆପ ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ବିଚାର କରୁଛୁ ।’ ଅନ୍ୟପଟେ, ଅଷ୍ଟ୍ରେଲିଆରେ ମଧ୍ୟ ଚୀନ ଆପ୍ ଗୁଡ଼ିକ ଉପରେ ପ୍ରତିବନ୍ଧକ ଲଗାଇବାର ଦାବି ଜୋର ଧରିବାରେ ଲାଗିଛି । ଭାରତରେ ଟିକଟକ୍ ବ୍ୟାନ ହେବା ପରେ ଚୀନ କମ୍ପାନୀକୁ ପ୍ରାୟ ୬ ବିଲିୟନ ଡଲାରର କ୍ଷତି ସହିବାକୁ ପଡ଼ିଛି ।

ଏହାପୂର୍ବରୁ ଭାରତ ସରକାର ଟିକଟକ୍ ସମେତ ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହା ପରେ ଚୀନ୍ କମ୍ପାନୀଗୁଡିକ ସରକାରଙ୍କୁ ନିବେଦନ କରି କହିଥିଲେ ଯେ ସେମାନେ ଭାରତୀୟ ବ୍ୟବହାରକାରୀଙ୍କ ତଥ୍ୟ ଚୀନ୍ ସରକାରଙ୍କ ସହ ବାଣ୍ଟୁ ନାହାଁନ୍ତି । ଟିକଟକ୍ ସିଇଓ କେଭିନ ମେୟର ଭାରତ ସରକାରଙ୍କୁ ଏକ ଚିଠି ଲେଖିଛନ୍ତି ଯେ, ଚୀନ୍ ସରକାର କେବେବି ଭାରତ ବ୍ୟବହାରକାରୀଙ୍କ ତଥ୍ୟ ଖୋଜି ନାହାଁନ୍ତି ।

supreme court tiktok

ଆପଣ ଜାଣି ଆଶ୍ଟର୍ଯ୍ୟ ହେବେ ଯେ ନିକଟରେ ଭାରତ ବ୍ୟାନ କରିଥିବା ଚାଇନିଜ ଆପ ଟିକଟକ୍ କୁ ବହୁ ପୂର୍ବରୁ ଚାଇନାରେ ନିଷିଦ୍ଧ କରାଯାଇଛି । ତଥାପି, ଏହି ଆପ ଯେଉଁ କମ୍ପାନୀ (ବାଇଟ୍ ଡାନ୍ସ)ର ଅଟେ ତାହା ଏକ ଚାଇନିଜ୍ କମ୍ପାନୀ । ଭାରତ ସରକାର ଏହାକୁ ବ୍ୟାନ କରିବା ପରେ ଏହା ବେଜିଂ ଠାରୁ ନିଜକୁ ଦୂରେଇ ରଖିଛି । କମ୍ପାନୀ କ୍ରମାଗତ ଭାବରେ ସ୍ପଷ୍ଟୀକରଣ ଦେଇଆସୁଛି ଯେ ସିଙ୍ଗାପୁରର ସର୍ଭରରେ ଭାରତୀୟ ଉପଭୋକ୍ତାଙ୍କ ତଥ୍ୟ ସଞ୍ଚୟ କରି ରଖାଯାଉଛି ଏବଂ ଚୀନ୍ ସରକାରଙ୍କୁ ଭାରତୀୟ ବ୍ୟବହାରକାରୀଙ୍କ ତଥ୍ୟ ଦିଆଯାଉନାହିଁ । ଚୀନ ସରକାର ତଥ୍ୟ ମାଗିଲେ ମଧ୍ୟ ତାହା ପୂରଣ କରାଯିବନାହିଁ ବୋଲି କମ୍ପାନୀ ସ୍ପଷ୍ଟୀକରଣ ଦେଇଛି ।

tiktok

୨୦୧୭ରେ ଲଞ୍ଚ କରାଯାଇଥିଲା ଟିକଟକ୍-

୨୦୧୨ ରେ ବାଇଟ୍ ଡାନ୍ସ ପ୍ରତିଷ୍ଠିତ ହୋଇଥିଲା । ୨୦୧୬ ରେ କମ୍ପାନୀ ଚାଇନା ବଜାର ପାଇଁ ଡୋଇନ୍ ଆପ୍ ଲଞ୍ଚ କରିଥିଲା ​। ଏହା ଟିକଟକ୍ ସହିତ ସମାନ ଥିଲା । ଅବଶ୍ୟ ଏହି ଆପ ସେଠାକାର କଠୋର ନିୟମକୁ ନେଇ ଚାଲୁଥିଲା । ପରବର୍ତ୍ତୀ ବର୍ଷରେ, ୨୦୧୭ରେ, ByTdance ବିଶ୍ୱ ବଜାରରେ TikTok ଲଞ୍ଚ କଲା । ଏହି ଆପ୍ ଚାଇନାରେ ନିଷେଧ ଅଟେ, କିମ୍ବା ଏମିତି କୁହାଯାଇପାରିବ ଯେ ଏହି ଆପକୁ ଚୀନରେ ଲଞ୍ଚ କରାଗଲା ନାହିଁ କାରଣ ଏହାକୁ ନେଇ ବହୁତ ଜିନିଷ ଉପରେ ପ୍ରତିବନ୍ଧକ ଲାଗିଥିଲା ।

୫୯ ଚାଇନିଜ ଆପକୁ ଭାରତ ବ୍ୟାନ କଲା ପରେ ଜାଣନ୍ତୁ କଣ କହୁଛି ଚୀନ ଗଣମାଧ୍ୟମ

Leave a Reply