ପରୀ ମାମଲା, ‘ତଦନ୍ତରେ ବାଧା ସୃଷ୍ଟି କରୁଛି ଭିତ୍ତିହୀନ ଅଭିଯୋଗ’

1 min read

ଭୁବନେଶ୍ୱର: ପରୀ ହତ୍ୟା ଘଟଣାରେ ଓଡ଼ିଶା ପୋଲିସ ରଖିଛି ସ୍ପଷ୍ଟୀକରଣ । SIT ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଓ ଅମୂଳକ ବୋଲି କହିଛି ଓଡ଼ିଶା ପୋଲିସ । ହତ୍ୟାକାରୀକୁ ଧରିବାକୁ ସୁରାକ ସନ୍ଧାନରେ SIT ଥିବାବେଳେ ବହୁଲୋକ ଏହି ଘଟଣାରେ ଜେରା ହୋଇଛନ୍ତି । ତଦନ୍ତ ପ୍ରକ୍ରିୟାରେ ଆଖିଦୃଶିଆ ଅଗ୍ରଗତି ହୋଇଛି । ପୂରା ଗାଁ ତଦନ୍ତରେ ସହଯୋଗ କରୁଛି । ତଦନ୍ତକାରୀ ସଂସ୍ଥା ବିରୋଧରେ ଏକ ଭିତ୍ତିହୀନ ଅଭିଯୋଗ ଏବେ ଅସ୍ତ୍ର ହୋଇଛି । ଏହି ଅଭିଯୋଗ ତଦନ୍ତକାରୀ ସଂସ୍ଥା ଉପରେ ଆଶଙ୍କା ସୃଷ୍ଟିକରିଛି ।

Odisha Police Clarification On Pari SIT Investigation

ଏହାଦ୍ବାରା ତଦନ୍ତକାରୀ ଅଧିକାରୀ ହତୋତ୍ସାହିତ ହେବେ । ଏହି ଘଟଣାର ତଦନ୍ତ ହାଇକୋର୍ଟ ମନିଟର କରୁଛନ୍ତି । SIT ହାଇକୋର୍ଟଙ୍କୁ ନିୟମିତ ତଦନ୍ତର ଅଗ୍ରଗତି ନେଇ ଜଣାଉଛନ୍ତି । SITକୁ ନିଜ ଦାୟିତ୍ୱ ତୁଲାଇବାରେ ଗଣମାଧ୍ୟମ ବାଧା ସୃଷ୍ଟି ନକରୁ । ଓଡ଼ିଶା ପୋଲିସ ସ୍ବଚ୍ଛ ତଦନ୍ତ ପାଇଁ ପ୍ରତିଶ୍ରୁତିବଦ୍ଧ । ପରୀକୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ଓଡ଼ିଶା ପୋଲିସ କହିବା ସହିତ ନ୍ୟାୟ ରାସ୍ତାରେ ବାଧାଦେଲେ କାହାରିକୁ ଛଡ଼ାଯିବନି ବୋଲି କହିଛି ।

ଏଥିସହ ପଢ଼ନ୍ତୁ- ସତ ଲୁଚାଇବାକୁ ମିଛ କହୁଛନ୍ତି ସରୋଜ, ରଚିଛନ୍ତି ଲାଞ୍ଚ କାହାଣି

Leave a Reply