spot_img

Latest Posts

ଆମେରିକାର ସୁପର କମ୍ପ୍ୟୁଟର ଆବିଷ୍କାର କରିଛି କରୋନା ଚିକିତ୍ସା, ଖୁବ ଶୀଘ୍ର ହୋଇପାରେ ପ୍ରସ୍ତୁତ…

କରୋନା ଜୀବାଣୁ ବିସ୍ତାର ରୋକିବା ପାଇଁ ଆମେରିକାର ବୈଜ୍ଞାନିକମାନେ ସୁପର କମ୍ପ୍ୟୁଟର ସାହାଯ୍ୟରେ ଏକ ସ୍ୱତନ୍ତ୍ର କେମିକାଲ ପଦାର୍ଥର ଆବିଷ୍କାର କରିଛନ୍ତି । ଯେ ଆଗାମୀ ଦିନରେ ଏହା କରୋନା ଜୀବାଣୁ ସହ ମୁକାବିଲା କରିବ ବୋଲି ଆଶା କରାଯାଇଛି । ଏହାର ଭ୍ୟାକ୍ସିନ ପ୍ରସ୍ତୁତ ହେବା ପରେ ସମସ୍ତ ଲୋକେ ସୁରକ୍ଷିତ ରହିବେ। ସୁପର କମ୍ପ୍ୟୁଟର ଆଇବିଏମ୍ ମାଧ୍ୟମରେ ୭୭ ଟି ଏମିତି କେମିକାଲ ଆବିଷ୍କାର କରାଯାଇଛି, ଯାହା ଲୋକଙ୍କୁ କରୋନା ଜୀବାଣୁ ସହ ଲଢିବାରେ ସକ୍ଷମ ହେବ।

ଗବେଶକ ୮୦୦୦ ତତ୍ତ୍ୱର ପରୀକ୍ଷା କରିଥିଲେ ଯାହା କୋଭିଡ ୧୯ ଅର୍ଥାତ୍ କରୋନା ଜୀବାଣୁକୁ ବାନ୍ଧିବାରେ ସାହାଯ୍ୟ କରିବ । ଏହା ମଣିଷଙ୍କ ଶରୀରରେ ଜୀବାଣୁ ବିସ୍ତାରକୁ ରୋକିବ । ସମଗ୍ର ବିଶ୍ୱରେ ଏହି ଭାଇରସ୍ ଯୋଗୁଁ ୯ ହଜାରରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି । ଏଥି ସହିତ, ଭାରତରେ ଅନେକ ଲୋକେ ସଂକ୍ରମିତ ହୋଇଛନ୍ତି । ଭାରତରେ କରୋନା ଜୀବାଣୁ ଯୋଗୁଁ ଏପର୍ଯ୍ୟନ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇସାରିଛି। ତେବେ କରୋନା ନେଇ ସରକାର ଅନେକ ପଦକ୍ଷେପ ନେଇଛନ୍ତି ।

ଆଜି ସମଗ୍ର ଦେଶରେ କରୋନା ପାଇଁ ଜନତା କରଫ୍ୟୁ ଲାଗୁ ହୋଇଛି । ଚାରିଆଡେ ଶୂନଶାନ କାରଣ ଲୋକେ ମଧ୍ୟ ସରକାରଙ୍କର ଏହି ନିୟମକୁ ଭଲ ଭାବେ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଭାରତୀୟ ରେଳ ସେବା ଉପରେ ମଧ୍ୟ କରୋନାଭାଇରସର ପ୍ରଭାବ ପଡିଛି । ନିକଟରେ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌କୁ ବାତିଲ କରାଯାଇଛି । ଟ୍ରେନ୍‌ରେ କରୋନା ଭାଇରସର ପ୍ରଭାବକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । କେବଳ ସେତିକି ନୁହେଁ ଅନେକ ସ୍ଥାନରେ ସରକାର ଲକଡାଉନ ଘୋଷଣା କରିଛନ୍ତି । ତେବେ କରୋନା ନେଇ ସମସ୍ତେ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ ।

Latest Posts

Don't Miss