ଅବହେଳାରୁ ଭୁଶୁଡ଼ିଲା କି ଅପର କୋଲାବ ଜଳପ୍ରକଳ୍ପର ମୁଖ୍ୟ କେନାଲ ବନ୍ଧ

Upper Colab Water Project Main Canal Boundary Collapsed

ଜୟପୁର: ଶୁକ୍ରବାର ରାତିରେ ଭୁଶୁଡ଼ି ପଡିଥିବା ଜୟପୁର ଅପର କୋଲାବ ଜଳପ୍ରକଳ୍ପର ମୁଖ୍ୟ କେନାଲ ବନ୍ଧ ମରାମତି ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି । କାମ ଆଜି ହିଁ ସାରିବାକୁ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଚିଫ୍ କନଷ୍ଟ୍ରକ୍ସନ୍ ଇଞ୍ଜିନିୟରଙ୍କୁ ରିପୋର୍ଟ ମାଗିଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ । ଅପର କୋଲାବ ପ୍ରକଳ୍ପ ଯନ୍ତ୍ରୀଙ୍କ ଅବହେଳାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଓ କେନାଲ ମରାମତି ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ ହୋଇଥିବା ଅଭିଯୋଗ ହୋଇଛି । ସ୍ଥିତି ଅନୁଧ୍ୟାନ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ବିଧାୟକ ତାରା ବାହିନୀପତି ।

Upper Colab Water Project Main Canal Boundary Collapsed

କୋରାପୁଟ ଅପର କୋଲାବ ଜଲସେଚନ ବିଭାଗ ମୁଖ୍ୟ ବ୍ରାଞ୍ଚ କେନାଲରେ କେମିତି ସୃଷ୍ଟି ହେଲା ୯ ମିଟରର ଘାଇ । ବନ୍ଧର ଦୁର୍ବଳ ସ୍ଥାନ ମାନଙ୍କରେ ଦୀର୍ଘ ଦିନ ହେଲା ମରାମତି କରାଯାଇନଥିବା ପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ଘଟଣା ସ୍ଥଳରେ ଜୟପୁର ବିଧାୟକ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଏହା କେବଳ ବିଭାଗୀୟ ଯନ୍ତ୍ରୀ ମାନଙ୍କ ଅବହେଳାରୁ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି ବିଧାୟକ ତାରା ବାହିନୀପତି । କେନାଲ ମରାମତି ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ସେ ଅଭିଯୋଗ କରିବା ସହିତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

Upper Colab Water Project Main Canal Boundary Collapsed

ସେପଟେ ଆଜି ଜଳସେଚନର ବିଭାଗୀୟ ଯନ୍ତ୍ରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି  ଏବଂ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଛି । ଅତି ପୁରୁଣା କେନାଲ ହୋଇଥିବାରୁ ଏହା ଦୁର୍ବଳ ହୋଇଯାଇଥିବା କହିଛନ୍ତି ବିଭାଗୀୟ ଯନ୍ତ୍ରୀ ଏବଂ ଯଥେଷ୍ଠ ପରିମାଣରେ ଅର୍ଥ ଆସୁନଥିବାକୁ ସେ ଦାୟୀ କରିଛନ୍ତି । ଏପଟେ ଏହାର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ତଦନ୍ତ ରିପୋର୍ଟ ମାଗିଛନ୍ତି ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ଗୋଟିଏ ଦିନରେ ଏହାର ମରାମତି କରାଯିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । କୋରାପୁଟ ଜିଲ୍ଲା ପ୍ରଶାସନ ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛି । କେନାଲ ଆଡ଼ିବନ୍ଧ ମରାମତି କରିବା ପାଇଁ ଆବଶ୍ୟକ ଅର୍ଥ ପ୍ରଦାନ କରାଯିବ ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ।

Upper Colab Water Project Main Canal Boundary Collapsed

ବନ୍ଧ ଭାଙ୍ଗିବା ଯୋଗୁଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ନିକଟରେ ଥିବା ଏକତାଗୁଡ଼ା ଗ୍ରାମବାସୀ । ପାଣି ପଶିବା ବେଳେ ଗେଟ୍ ବନ୍ଦ କରିବାରୁ ଏକତାଗୁଡ଼ା ପ୍ରତି ଏକ ଭୟଙ୍କର ବିପଦ ଟଳିଯାଇଥିଲା । କିନ୍ତୁ ଏକର ଏକର ଚାଷ ଜମିରେ ପାଣି ମାଡ଼ି ଯାଇଛି । ଦୁର୍ବଳ ବନ୍ଧ ମରାମତି ନକରି ଚେଇଁ ଶୋଇଥିବାରୁ ଜଳସେଚନ ବିଭାଗର ପାରିବା ପଣିଆ ପଦାରେ ପଡ଼ିଛି । ଆଗକୁ ଅଘଟଣର ପୁନାରାବୃତ୍ତି ନହେବ କିଏ କହିବ ? ସେଥିପାଇଁ ଭୟଭୀତ ହୋଇପଡ଼ିଛନ୍ତି ସ୍ଥାନୀୟ ଗ୍ରାମବାସୀ ।

Leave a Reply