ସମାଧାନ ହେବ ୟୁପି ବିଜେପିର ଗୋଷ୍ଠୀ କନ୍ଦଳ, ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ଜେ.ପି ନଡ୍ଡାଙ୍କୁ ଭେଟିବେ ଆଦିତ୍ୟନାଥ

ନୂଆଦିଲ୍ଲୀ: ମୋଦିଙ୍କୁ ମନାଇବେ ଯୋଗୀ। ଉତ୍ତର ପ୍ରଦେଶ ବିଜେପିରେ ଲାଗି ରହିଥିବା ବିବାଦର ହେବ ସମାଧାନ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ବିଜେପି ହାଇକମାଣ୍ଡଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଥିବା ବେଳେ ସମସ୍ୟାର ସମାଧାନ ପାଇଁ ଦିଲ୍ଲୀରେ ଅଛନ୍ତି ଯୋଗୀ ଆଦିତ୍ୟନାଥ । ଆଜି ସକାଳ ୧୦ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅପରାହ୍ନ ୧୨ଟା ୩୦ ମିନିଟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଭେଟିବେ ଯୋଗୀ । ଦିଲ୍ଲୀ ହାଇକମାଣ୍ଡ ଯୋଗୀଙ୍କ ଉପରେ ଖୁସି ନଥିବା ବେଳେ କିଭଳି ନିର୍ବାଚନରେ ପୁଣି ଦଳ ବିଜୟଲାଭ କରିବ ସେ ପ୍ରସଙ୍ଗରେ ଆଲୋଚନା ହେବ । ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଅଦଳବଦଳ ନେଇ ଚର୍ଚ୍ଚା ବି ଲାଗି ରହିଛି । ଗତକାଲି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ଯୋଗୀ । ପ୍ରାୟ ଦେଢ ଘଣ୍ଟା ଧରି ଉଭୟ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଶେଷକରି ପଞ୍ଚାୟତ ନିର୍ବାଚନରେ ପରାଜୟ, କୋଭିଡ୍ ପରିଚାଳନାରେ ଫେଲ୍ ଓ ଆଗାମୀ ନିର୍ବାଚନ ପାଇଁ ଆଲୋଚନା ହୋଇଥିବା କୁହାଯାଉଛି ।

Leave a Reply