ଉତ୍ତରପ୍ରଦେଶ ପୋଲିସର ଲଜ୍ଜାଜନକ ଚେହେରା: ମହିଳାଙ୍କୁ ମାଡ଼ି ବସିଲେ ପୋଲିସ ଅଧିକାରୀ, ଭିଡିଓ ଭାଇରାଲ୍
1 min readକାନପୁର: ଉତ୍ତରପ୍ରଦେଶ ଗ୍ରାମଞ୍ଚଳ ପୋଲିସର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଯେଉଁଥିରେ ଜଣେ ପୋଲିସ କର୍ମଚାରୀ ମହିଳାଙ୍କ ଉପରେ ମାଡ଼ି ବସିଥିବା ଦେଖିବାକୁ ମିଳିଛି । ଆଉ ଘଟଣାର ଏକ ଫଟୋକୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସୋସିଆଲ ମିଡିଆରେ ସେୟାର କରିବା ସହ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଘଟଣାଟି ଭୋଗିନପୁର ଥାନା ପୁଖରାୟେ ଛକର । ପୋଲିସ ଦୁର୍ଗାଦାସପୁର ଗାଁକୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି ।
ତେବେ ଏହି ଫଟୋ ଚିତ୍ରକୁ ନେଇ ଅଖିଳେଶ କରିଥିବା ଟ୍ୱିଟ୍ରେ ଲେଖିଛନ୍ତି ଯେ, ଉତ୍ତରପ୍ରଦେଶ ସରକାରଙ୍କ କୃପା ପାତ୍ର କିଛି ପୋଲିସ କର୍ମଚାରୀଙ୍କ ଦୁର୍ବ୍ୟବହାର ଦ୍ୱାରା ରାଜ୍ୟର ସମସ୍ତ ପୋଲିସ କର୍ମଚାରୀଙ୍କ ଛବି ମଳିନ ହେଉଛି । ଭାଜପ ଶାସନ କାଳରେ ଏଭଳି ଦୁଃଶାସନ ଅନେକ ଉଦାହରଣ ରହିଛି ବୋଲି ସେ କହିଛନ୍ତି । ଏଥିସହିତ ଘଟଣାକୁ ନିନ୍ଦା କରିବା ସହ ବିଜେପି ସରକାର ଦରକାର ନାହିଁ ବୋଲି ଲେଖିଛନ୍ତି ।
उप्र में भाजपा सरकार के कृपापात्र बने कुछ पुलिसकर्मियों के दुर्व्यवहार से प्रदेश की समस्त पुलिस की छवि धूमिल होती है.
भाजपा के शासन में दुशासन की कमी नहीं.
घोर निंदनीय! #नहीं_चाहिए_भाजपा pic.twitter.com/tOmmbpe2RZ
— Akhilesh Yadav (@yadavakhilesh) July 17, 2021
ଅପରପକ୍ଷରେ ଘଟଣା ନେଇ କାନପୁର ଗ୍ରାମାଞ୍ଚଳ ଏସ୍ପି ସଫେଇ ଦେଇଛନ୍ତି । ଫଟୋରେ ଦେଖିବାକୁ ମିଳିଥିବା ମହିଳା ଜଣଙ୍କ ଅଭିଯୁକ୍ତଙ୍କ ଗାଁର । ସେହି ମହିଳା ଜଣଙ୍କ ପୋଲିସ କର୍ମଚାରୀଙ୍କ କଲର ଟାଣିବାରୁ ପୋଲିସ ଜଣଙ୍କ ମହିଳାଙ୍କ ଉପରେ ପଡ଼ିଯିବା ସହ ମହିଳା ଜଣଙ୍କ ତଳେ ରହିଯାଇଥିଲେ । ମହିଳା ଜଣଙ୍କ କଲର ଛାଡ଼ିବା ପରେ ସେ ସେଠାରୁ ଚାଲିଯାଇଥିବା ଏସ୍ପି କହିଛନ୍ତି । ତେବେ ଘଟଣାକୁ ନେଇ ଅନେକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କିଛି ଲୋକ ଭିଡିଓର ସ୍କ୍ରିନ୍ ସର୍ଟ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥିବା ଦେଖିବାକୁ ମିଳିଛି ।
https://t.co/nXVN7ojqEg pic.twitter.com/OGV5BJG2zn
— Kanpur Dehat Police (@kanpurdehatpol) July 17, 2021
ଅନ୍ୟପକ୍ଷରେ ଏହି ଫଟୋଟିକୁ କାନପୁର ପୋଲିସ ମଧ୍ୟ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏବଂ ସଫେଇ ଦେଇ ଲେଖିଛନ୍ତି ଯେ, ଥାନା କର୍ମଚାରୀ ଗାଁକୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିଲେ, କିନ୍ତୁ ସେଠାରେ ଅନ୍ୟ ଯୁବକଙ୍କ ସହାୟତାରେ ଦୁର୍ବ୍ୟବହାର କରିବାକୁ ଚେଷ୍ଟା କରିଥିଲେ । ଏହା ପରେ ପୋଲିସ ଦ୍ୱାର ସେହି ଯୁବକଙ୍କୁ କାବୁ କରି ଥାନାକୁ ନିଆଯାଇଥିଲା । ଏହା ପରେ ସେହି ଯୁବକଙ୍କ ଆତ୍ମୀୟ ପରିଜନ ଉତକ୍ଷିପ୍ତ ହୋଇପଡ଼ିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ମହିଳା ତାଙ୍କ ଉପରକୁ ଆକ୍ରମଣ କରିବାରେ ଲାଗିଥିଲେ ଏବଂ ଯୁବକଙ୍କୁ ସେଠାରୁ ଫେରାର କରାଇଥିଲେ । ମହିଳା ଜଣଙ୍କ ପୋଲିସ କର୍ମଚାରୀଙ୍କୁ ଟଣାଓଟରା କରିବାକୁ ଉଭୟ ତଳେ ପଡ଼ିଯାଇଥିଲେ ଯାହାର ଭିଡିଓ ଭାଇରାଲ୍ ହେଉଛି । କିନ୍ତୁ ଏହି ଭିଡିଓର କେବଳ ଏକ ସ୍କ୍ରିନ ସର୍ଟ ନେଇ ଭାଇରାଲ୍ କରିବା ଦୁଃଖଦ ଘଟଣା ବୋଲି କାନପୁର ପୋଲିସ କହିଛି ।
थाना भोगनीपुर-चौकी इंचार्ज पुखरायां से सम्बन्धित वायरल फोटो के सम्वन्ध में पुलिस अधीक्षक कानपुर देहात द्वारा दी गई बाइट। @Uppolice pic.twitter.com/QGV2HiEoNN
— Kanpur Dehat Police (@kanpurdehatpol) July 17, 2021