ଗାଁରେ ଗଧିଆ ଆତଙ୍କ, ପିଲାଙ୍କୁ ମାରି ଦେଉଛି..

ନନ୍ଦିଘୋଷ ବ୍ୟୁରୋ: ଘରେ ଶୋଇ ହେଉନି, ବାହାରେ ଶୋଇଲେ ଗଧିଆ ଭୟ । ୮ ଜଣଙ୍କୁ ଶିକାର କଲାଣି । ଆତଙ୍କିତ ଲୋକେ ଶାନ୍ତିରେ ଶୋଇ ପାରୁନାହାନ୍ତି । ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାର ମହସି ତହସିଲ ଅଞ୍ଚଳରେ ଏବେ ଏମିତି ଭୟର ବାର୍ତ୍ତା ବରଣ ଖେଳିଯାଇଛି । ୮ ଜଣଙ୍କୁ ଆକ୍ରମଣ କରିଥିବାବେଳେ ଏଥିରେ କେବଳ ୭ ଜଣ ଶିଶୁ ରହିଛନ୍ତି । ଯେଉଁ କାରଣରୁ ପିଲାଙ୍କୁ ଧରି ଲୋକେ କେମିତି ଚଳିବେ ତାକୁ ନେଇ ଚିନ୍ତାରେ ରହିଛନ୍ତି । ବାସ୍ତବରେ କହିବାକୁ ଗଲେ ଏଠାକାର ଲୋକେ ବହୁତ ଗରିବ । ଗାଁରେ ମାତ୍ର ହାତ ଗଣତି ଗୋଟିଏ କିମ୍ବା ୨ଟି ପକ୍କାଘର ରହିଛି । ବାକି ଲୋକେ କଚାଘରେ ରହିଥାନ୍ତି । ଏପରିକି ଅନେକ ଲୋକଙ୍କ ଘରର କବାଟ ନାହିଁ । ଘରେ ଲୋକେ ଗରମ କାରଣରୁ ମଧ୍ୟ ଶୋଇ ପାରୁନାହାନ୍ତି । ଯଦି ବି କେହି ଘରେ ଶୁଅନ୍ତି ତାହେଲେ କବାଟ ନଥିବାରୁ ଲୁଚି ରହିଥିବା ଗଧିଆ ପ୍ରଥମେ ପିଲାଙ୍କୁ ଟାର୍ଗେଟ କରିଥାଏ । ଆଉ ପରେ ଆକ୍ରମଣ କରିଥାଏ । ଯେଉଁ କାରଣରୁ ଲୋକେ ରାତିରେ ଶୋଇ ନଥାନ୍ତି । ଅନିଦ୍ରା ହୋଇ ଜଗି ରହିଥାନ୍ତି ।

ରାତି କଥା ଛାଡ଼ନ୍ତୁ ଦିନରେ ମଧ୍ୟ ଗାଁରେ ପଶି ଆକ୍ରମଣ କରୁଥିବାରୁ ଏବେ ଲୋକଙ୍କ ନିଦ ଏକପ୍ରକାର ହଜି ଯାଇଛି କହିଲେ ଚଳେ । ବନ ବିଭାଗ ପକ୍ଷରୁଗଧିଆ ଉପରେ ନଜର ରଖିବା ପାଇଁ ସିସିଟିଭ ଲଗାଯାଇଛି । ଆଉ ଜଙ୍ଗଲ ମନ୍ତ୍ରୀ ଗାଁକୁ ଯାଇ ସ୍ଥିତି ପରଖିଛନ୍ତି । ମାତ୍ର ସ୍ଥାନୀୟ ବାସିନ୍ଦା କହିଛନ୍ତି କି, ପାଖାପାଖି ୨୫ରୁ ୩୦ ଗଧିଆ ଏବେ ଆତଙ୍କ ଖେଳାଇଛନ୍ତି । ଏଣୁ ସୂର୍ଯ୍ୟସ୍ତ ହେବା ପରେ ସେମାନେ ଶାନ୍ତିରେ ରହିପାରୁନାହାନ୍ତି । ଡ୍ରୋନ କ୍ୟାମେରା ସାହାର୍ଯ୍ୟ ଗଧିଆଙ୍କ ଉପରେ ନଜର ରଖାଯାଇଥିବାବେଳେ ଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ମନ୍ତ୍ରୀ କହିଛନ୍ତି । କିନ୍ତୁ ଲୋକେ ଏବେ ମଧ୍ୟ ଭୟରେ ରହୁଥିବା କହିଛନ୍ତି ।

 

 

ନଜର ପକାନ୍ତୁ