ଅଯୋଧ୍ୟା ନୁହେଁ ଗୋରଖପୁରରୁ ଯୋଗୀ
1 min readଲକ୍ଷ୍ନୌ: ଉତ୍ତରପ୍ରଦେଶ ନିର୍ବାଚନରେ ଘଡିକେ ଛୁଟୁଛି ଘୋଡ଼ା । ବଦଳୁଛି ପାଣିପାଗ । ବହୁଛି ଓଲଟା ପବନ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ବିଜେପିର ବଡ଼ ଚେହେରା । ଦଳର ବ୍ୟାନର ବୟ ସାଜିଛନ୍ତି ଯୋଗୀ ଆଦିତ୍ୟନାଥ । ଯୋଗୀ କେଉଁ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ ତାହା ଉପରେ ଥିଲା ସଭିଙ୍କ ନଜର । ବିଶେଷକରି ବିରୋଧି ସପା ଉତ୍ସୁକତାର ଚାହିଁ ରହିଥିଲା । ଦଳର କୋର କମିଟି ଯୋଗୀଙ୍କୁ ଅଯୋଧ୍ଯାରୁ ନିର୍ବାଚନ ଲଢିବା ନେଇ ଚାହୁଁଥିଲା । ପୂର୍ବରୁ ଏନେଇ ମଧ୍ୟ ଚର୍ଚ୍ଚା ହେଉଥିଲା ।
ଭଗୱା ରାଜନୀତିର ଝଣ୍ଡା ରାମଙ୍କ ଜନ୍ମଭୂମିରୁ ଉଡିବା ନେଇ ଦଳ ପୂର୍ବ ପ୍ରସ୍ତୁତି କରିସାରିଥିଲା । ସନ୍ୟାସୀ ଯୋଗୀଙ୍କୁ ଅଯୋଧ୍ୟାରୁ ନିର୍ବାଚନ ଲଢାଇବା ନେଇ ଦଳ ଯୋଜନା ତୟାର କରିସାରିଥିଲା । କାରଣ ଯେହେତୁ ବହୁ ବିବାଦୀୟ ରାମମନ୍ଦିର ଜନ୍ମଭୂମି- ବାବ୍ରୀ ମସଜିଦ ମାମଲାର ଫଇସଲା ବିଜେପି ସରକାର ହିଁ କରିଛି । ଏମିତିକି ଅଯୋଧ୍ଯାରେ ଭବ୍ୟ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିସାରିଛି ବିଜେପି । ତେଣୁ ହିନ୍ଦୁ ଭୋଟ ପକେଟରେ ରଖିବା ନେଇ ଅଯୋଧ୍ୟାରୁ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରସ୍ତୁତ କରିବାର ପ୍ରସ୍ତୁତି କରିସାରିଥିଲା ଭାଜପା ।
କିନ୍ତୁ ପୂର୍ବ ରଣନିତୀରେ ପରିବର୍ତ୍ତନ କରିସାରିଛି ବିଜେପି । ଅଯୋଧ୍ୟା ପରିବର୍ତ୍ତେ ଗୋରଖପୁର (ସହର) ରୁ ନିର୍ବାଚନ ଲଢିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ୟୁପି ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି କାର୍ଯ୍ୟାଳୟରେ କରିଛନ୍ତି ଏହି ଘୋଷଣା । ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ 107 ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି । ଏହି ତାଲିକାରେ ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ପ୍ରୟାଗରାଜ ଜିଲ୍ଲାର ସିରାଥୁ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବା ନେଇ ବିଜେପି ପ୍ରାର୍ଥୀ ତାଲିକାରେ ପ୍ରକାଶ କରିଛି ।
ସେପଟେ ଯୋଗୀଙ୍କ ୟୁ ଟର୍ଣ୍ଣକୁ ନେଇ ଟାର୍ଗେଟ କରିଛନ୍ତି ବିରୋଧି । ସପା ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯୋଗୀ ଅଯୋଧ୍ୟାରୁ ପଳାୟନ କରିଛନ୍ତି । ଏହାର କାରଣ ସ୍ପଷ୍ଟ ଯେ, ବିଜେପି ହାରିବା ଭୟରେ ଯୋଗୀ ଆଦିତ୍ୟନାଥଙ୍କୁ ଅଯୋଧ୍ୟାରୁ ପ୍ରାର୍ଥି କଲା ନାହିଁ । ଆଗାମୀ ଦିନରେ ଗୋରଖପୁର ବାସୀ ମଧ୍ୟ ହିସାବ ମାଗିବେ । କେତେ କାମ କରିଛ, ଗୋରଖପୁରକୁ ମେଟ୍ରେ, ଟ୍ରାଫିକ ସମସ୍ୟା ଏବଂ ବିଦ୍ୟୁତ ବିଲକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଖିଳେଶ ଯାଦବ । କିନ୍ତୁ ଏହା ମଧ୍ୟ ପ୍ରଶ୍ନ ଘେରରେ ଯେ, ଅଯୋଧ୍ୟାରେ ବିକାଶର ଧାରା ପହଁଛାଇଥିବା ନେଇ ଦାବି କରୁଥିବା ବିଜେପି କାହିଁକି ଯୋଗୀ ଆଦିତ୍ୟନାଥକୁ ପ୍ରାର୍ଥୀ କଲାନାହିଁ..