ପ୍ରକାଶ ପାଇଲା ୟୁପି ବୋର୍ଡ ରେଜଲ୍ଟ; ଦଶମରେ ପ୍ରିୟାଂଶୀ ଓ ଦ୍ୱାଦଶରେ ଶୁଭ ମାରିଲେ ବାଜି

1 min read

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ଫଳ ଘୋଷଣା କରାଯାଇଛି । ଚଳିତଥର ହାଇସ୍କୁଲରେ ମୋଟ ପଞ୍ଜିକୃତଙ୍କ ମଧ୍ୟରୁ ୧୩,୧୬,୪୮୭ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ୨୭,୬୯,୨୫୮ ପରୀକ୍ଷାର୍ଥୀ ପଞ୍ଜିକୃତ କରିଥିଲେ । ହାଇସ୍କୁଲର ୮୯.୭୬ ପ୍ରତିଶତ ପାସ୍ ହାର ଥିବା ବେଳେ ଉଚ୍ଚ ମାଧ୍ୟମିକରେ ୭୫.୫୨ ପ୍ରତିଶତ ପାସ୍ ହାର ରହିଛି । ଦଶମ ପରୀକ୍ଷାରେ ଛାତ୍ରଙ୍କ ପାସ୍ ହାର ୮୬.୬୪ ପ୍ରତିଶିତ ଏବଂ ଛାତ୍ରୀଙ୍କ ପାସ୍ ହାର ୯୩.୩୪ ପ୍ରତିଶତ ରହିଛି ।

ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ୭୫.୫୨ ପ୍ରତିଶତ ପାସ୍ ହାର ରହିଛି । ବାଳକଙ୍କ ପାସ୍ ହାର ୬୯.୩୪ ପ୍ରତିଶତ ଥିବାବେଳେ ବାଳିକାଙ୍କ ପାସ୍ ହାର ୮୩.୦୦ ପ୍ରତିଶତ ରହିଛି । ଚଳିତ ବର୍ଷ ୧୦ମ ପରୀକ୍ଷାରେ ସୀତା ଶିଶୁ ବିଦ୍ୟା ମନ୍ଦିର ଇଣ୍ଟର କଲେଜ ମହମୁଦାବାଦ, ସୀତାପୁରର ପ୍ରିୟାଂଶୀ ସୋନୀ ପରୀକ୍ଷାରେ ଟପ୍ କରିଛନ୍ତି । ପ୍ରିୟାଂଶୀ ୬୦୦ ମାର୍କରୁ ୫୯୦ ନମ୍ବର ରଖି ୯୮.୩୩ ପ୍ରତିଶତ ଅଙ୍କ ସହ ଟପ୍ କରିଛନ୍ତି । ଶୀର୍ଷ ସ୍ଥାନ ଅଧିକାର କରିବା ପରେ ପ୍ରିୟାଂଶୀ କହିଛନ୍ତି, ମୋ ସ୍ୱପ୍ନ ପୂରଣ ହୋଇଛି । ମୋତେ ଆଶା ଥିଲେ ଯେ ମୁଁ ବୋର୍ଡରେ ଟପ୍ କରିବି । ଏତିପାଇଁ ବହୁତ ପରିଶ୍ରମ କରିଥିଲି ।

ତାଙ୍କ ଜୀବନର ଲକ୍ଷ୍ୟ କଣ ପଚରା ଯିବାରୁ ସେ କହିଛନ୍ତି ମୁଁ ଜଣେ ଆଇଏଏସ୍ ଅଧିକାରୀ ହେବାକୁ ଚାହୁଁଛି । ବାପାଙ୍କ ଦେହାନ୍ତ ପରେ ଭାଇ ମୋତେ ପାଠ ପଢ଼ାରେ ସହାୟତା କରିଛନ୍ତି । ଘରେ ପାଠ ପଢ଼ି ଆଜି ମୁଁ ଏହି ସଫଳତା ହାସଲ କରିଛି ବୋଲି କହିଛନ୍ତି ପ୍ରିୟାଂଶୀ । ସେହିପରି ମହୋବା ଜିଲ୍ଲାର ସରସ୍ୱତୀ ବିଦ୍ୟା ମନ୍ଦିର ଇଣ୍ଟର କଲେର ଚରଖାରୀର ସୁରେନ୍ଦ୍ର ଚପରାଙ୍କ ପୁଅ ଶୁଭ ଚପରାନେ ୟୁପି ବୋର୍ଡ ଇଣ୍ଟରମିଡିଏଟରେ ଟପ୍ କରିଛନ୍ତି ।

ଶୁଭ ୫୦୦ରୁ ୪୮୯ ନମ୍ବର ରଖି ୯୭.୮୦ ପ୍ରତିଶତ ଅଙ୍କ ସହ ସାରା ରାଜ୍ୟରେ ଶୀର୍ଷରେ ରହିଛନ୍ତି । ଶୁଭ କହିଛନ୍ତି, ମୁଁ ପ୍ରତିଦିନ ୭ ଘଣ୍ଟା ଲେଖାଏଁ ପାଠ ପଢ଼ୁଥିଲି । ଏହା ବ୍ୟତୀତ ବର୍ଷସାରା ରିଭିଜନ କରିଥିଲି ଏବଂ ସବୁଠୁ ବଡ଼ କଥା ୟୁଟ୍ୟୁବରୁ ବହୁତ କିଛି ଶିଖିବାକୁ ମିଳିଥିଲା । ମୋର ଏହି ସଫଳତା ପଛରେ ବାପା-ମାଆ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଭାଇମାନଙ୍କ ହାତ ରହିଛି । ଆଗକୁ ସିଭିଲ ସର୍ଭିସର ପ୍ରସ୍ତୁତି କରି ଦେଶର ସେବା କରିବାକୁ ଚାହୁଁଛି ବୋଲି ଶୁଭ କହିଛନ୍ତି ।