ଗଞ୍ଜାମରେ ଗୃହବନ୍ଦୀ ଯୁବତୀ, ଜୀବନ ବଞ୍ଚାଇବାକୁ ଟ୍ୱିଟ୍ କରି ଆକୁଳ ନିବେଦନ
1 min readବ୍ରହ୍ମପୁର: ମୋତେ ଶୀଘ୍ର ସାହାଯ୍ୟ କର । ଜଲଦି ଉଦ୍ଧାର କର… କେତେବେଳେ ବି ମୋ ଜୀବନ ଯାଇପାରେ । ଘଣ୍ଟାଏ ଭିତରେ ଏମିତି ଏକାଧିକ ଟ୍ୱିଟ୍ କରିଛନ୍ତି ଜଣେ ଯୁବତୀ । ଟ୍ୱିଟର ଆକାଉଣ୍ଟରେ ତାଙ୍କ ନାଁ ସଞ୍ଜୁକ୍ତା ସାହୁ ଉଲ୍ଲେଖ ଥିବାବେଳେ ସେ ବ୍ରହ୍ମପୁରର ଗୋଦାବରୀଶ ନଗରରେ ବନ୍ଦୀ ଥିବା ଅଭିଯୋଗ କରିଛନ୍ତି ।
Help me soon .he can kill me if delay. please rescue my life. I have sent by email my confidential request letter to ganjam collector sir.I want justice.I am being held captive forcely at his home and also he is doing my exploitation. Retweet and save me.@CMO_Odisha @DGPOdisha
— sanjukta sahu (@SanjuktaSahu22) February 17, 2022
ଟ୍ୱିଟ୍ କରି ସେ ଲେଖିଛନ୍ତି, ମୋତେ ସାହାଯ୍ୟ କରନ୍ତୁ । ଯଦି ଟିକିଏ ବି ବିଳମ୍ବ ହୁଏ ସେ ମୋତେ ମାରି ଦେବ । ଏପରିକି ସେ ତାଙ୍କ ସମସ୍ୟାକୁ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ତଥ୍ୟ ଇମେଲ୍ ମାଧ୍ୟମରେ ପଠାଇଥିବା ଲେଖିଛନ୍ତି । ତାଙ୍କୁ ନ୍ୟାୟ ଦରକାର । ବଳପୂର୍ବକ ଭାବେ କେବି ତାଙ୍କୁ ଘରେ ବନ୍ଦୀ କରି ରଖିବା ସହ ଶୋଷଣ କରୁଥିବା ସେ ଟ୍ୱିଟ୍ କରିଛନ୍ତି ।
Please DM your contact number/address for taking immediate action.
— SP BERHAMPUR (@SP_BERHAMPUR) February 17, 2022
Please DM your contact number/address for taking immediate action.
DSP A.K.Nayak
Cyber Cell, Berhampur— Akshaya Nayak (ଅକ୍ଷୟ) (@akshayanayak79) February 17, 2022