ପୁରୀ ସମୁଦ୍ର କୂଳରେ ଲାଗିଲା ଅଜଣା କଣ୍ଟେନର

1 min read

ପୁରୀ: ଗତକାଲି ପୁରୀ ସମୁଦ୍ରରେ ଭାସୁଥିବା ଅଜଣା କଣ୍ଟେନରଟି କୂଳରେ ଲାଗିଛି । ସମୁଦ୍ରର ଉଚ୍ଚ ଲହଡି ମାଡ଼ରେ କଣ୍ଟେନରଟି କୂଳକୁ ଚାଲି ଆଓିଛି ।

ଗତକାଲି ପୁରୀ ସମୁଦ୍ରରେ ଅଜଣା କଣ୍ଟେନର ଭାସମାନ ଅବସ୍ଥାରେ ଦୃଶ୍ୟମାନ ହୋଇଥିଲା । ଆଜି ଏହି କଣ୍ଟେନରଟି କୂଳରେ ଦେଖିବାକୁ ମିଳିଛି l ଅଜଣା କଣ୍ଟେନରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଥିବା ବେଳେ ଘଟଣାସ୍ଥଳରେ ପୋଲିସ ମୁତୟନ ରହିଛନ୍ତି l

ଗତକାଲି ସକାଳୁ ପେଣ୍ଠକଟା ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଉଥିବା ସମୟରେ ଏହି ଅଜଣା କଣ୍ଟେନର ଭାସୁଥିବାର ଦେଖିବାକୁ ପାଇଥିଲେ l  କୂଳକୁ ଆଣିବା ପାଇଁ ଚେଷ୍ଟା କରିବା ସତ୍ୱେ କଣ୍ଟେନରଟି ଅଧିକ ଓଜନ ଥିବାରୁ କୂଳକୁ ଆଣିପାରି ନଥିଲେ l ବିଳମ୍ବିତ ରାତିରେ ଉଚ୍ଚ ଲହଡି ମାଡ଼ରେ କଣ୍ଟେନରଟି କୂଳରେ ଲାଗିଥିବା କୁହାଯାଉଛି l ତେବେ ଏହି କଣ୍ଟେନର ଭିତରେ କ’ଣ ରହିଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁରୀ ଏସପି କହିଛନ୍ତି ।