ଆଜି ଦିନ ୧୧ଟାରେ ସଂସଦରେ ଉପସ୍ଥାପନ ହେବ ବଜେଟ

1 min read

ନୂଆଦିଲ୍ଲୀ: ଆଜି ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପେଡ଼ି । ସଂସଦରେ ଉପସ୍ଥାପନ ହେବ ବଜେଟ ୨୦୨୨-୨୩ । କ’ଣ ରହିବ ବଜେଟର ରୂପରେଖ । କେଉଁ କ୍ଷେତ୍ରକୁ ମିଳିବ ପ୍ରୋତ୍ସାହନ । ମଧ୍ୟବିତ ପରିବାର ଉପରେ ବଢିବ କି ଚାପ । ନୂଆ ବଜେଟ ଲୋକଙ୍କ ପକେଟକୁ କେତେ ସୁହାଇବ । ଏହା ଉପରେ ରହିଛି ଦେଶବାସୀଙ୍କ ନଜର । ଦେଶରେ ବେକାରୀଙ୍କ ସଂଖ୍ୟା ବଢୁଥିବାରୁ ନିଯୁକ୍ତି କ୍ଷେତ୍ରରେ ବଡ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ବେରୋଜଗାର ଫଳରେ ଲୋକଙ୍କ ହାତରେ ଟଙ୍କା ନାହିଁ । ଫଳରେ ଏହାର ପ୍ରଭାବ ଅର୍ଥନୀତି ଉପରେ ପଡ଼ୁଛି । MSME ସେକ୍ଟରର ଅଭିବୃଦ୍ଧି ପାଇଁ ଅର୍ଥମନ୍ତ୍ରୀ ଠୋସ୍ ପଦକ୍ଷେପ ନେବା ଜରୁରୀ ବୋଲି ଅର୍ଥ ବିଶେଷଜ୍ଞ ମତ ରଖିଛନ୍ତି । ସେପଟେ ପୁଞ୍ଜିନିବେଶ ଉପରେ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ । ରାସ୍ତା, ପୋଲ ଭଳି ଭିତ୍ତିଭୂମି ପାଇଁ ଅଧିକ ପୁଞ୍ଜି ନିବେଶ କଲେ ନିଯୁକ୍ତି ସୃଷ୍ଟି ସହ ରାଜସ୍ୱ ବୃଦ୍ଧି ହେବ । ଏଦିଗରେ ଅର୍ଥମନ୍ତ୍ରୀ ନଜର ଦେବା ଦରକାର ବୋଲି ମତ ପ୍ରକାଶ ପାଇଛି  । ତେବେ ଏଥର ହିସାବ ନିକାଶରେ ବଡ଼ ଧରଣ ପରିବର୍ତ୍ତନ ଆଶା କରାଯାଇଛି । ଆସନ୍ତା ଆର୍ଥିକ ବର୍ଷର ବଜେଟ ପାଖାପାଖି ୪୦ ଲକ୍ଷ କୋଟି ଟଙ୍କାର ହୋଇପାରେ ବୋଲି ଅନୁମାନ କରାଯାଉଛି ।

Leave a Reply