spot_img

Latest Posts

ଉପସ୍ଥାପନା ହେବ କେନ୍ଦ୍ର ବଜେଟ, ରାଷ୍ଟ୍ରପତି ଦେବେ ତାଙ୍କର ପ୍ରଥମ ଉଦବୋଧନ୍

ନୂଆଦିଲ୍ଲୀ: ଖୁବଶୀଘ୍ର ବସିପାରେ କେନ୍ଦ୍ର ବଜେଟ ଅଧିବେଶନ । ଏହା ଫେବୃୟାରୀରେ ଉପସ୍ଥାପନା କରିବା ଯୋଜନା ଥିବା ଏକ ବିଶେଷ ସୂତ୍ରରୁ ଜଣାପଡିଛି । ବଜେଟ ଅଧିବେଶନଟି ଆସନ୍ତା ୩୧ ତାରିଖରେ ଆରମ୍ଭ ହୋଇପାରେ ଏବଂ ଏହା ଦୁଇଟି ପର୍ଯ୍ୟାୟରେ ସମ୍ପନ୍ନ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ ଉପସ୍ଥାପନା କରିବା ଯୋଜନା ଥିବାବେଳେ ଅଧିବେଶନର ପ୍ରଥମ ଦିନ ହିଁ ପାର୍ଲିଆମେଣ୍ଟରେ ଉଭୟ ଗୃହରେ ଅର୍ଥନୈତିକ ସର୍ଭେ ଉପସ୍ଥାପନା କରାଯିବ ।ଅଧିବେଶନର ଆରମ୍ଭରେ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିବା ଦ୍ରୌପଦୀ ମୁର୍ମୁ ତାଙ୍କର ପ୍ରଥମ ଉଦବୋଧନ ଦେବେ । ତେବେ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୦ରେ ଶେଷ ହେବା ନେଇ ଯୋଜନା ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୬ରୁ ଆରମ୍ଭ ହୋଇ ଏପ୍ରିଲ ୬ରେ ଶେଷ ହେବ ସମ୍ଭାବନା ରହିଛି । ଏହାପରେ ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ଉଦବୋଧନକୁ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟବାଦ ପ୍ରସ୍ତାବ ସମ୍ପର୍କିତ ଆଲୋଚନାରେ ଉତ୍ତର ଦେବେ । ଓ ଅର୍ଥମନ୍ତ୍ରୀ ବଜେଟ ଆଲୋଚନାର ଉତ୍ତର ରଖିବେ । ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ମନ୍ତ୍ରାଳୟର ଅନୁଦାନ ଦାବି ଉପରେ ଆଲୋଚନା କରାଯିବ ।

Latest Posts

Don't Miss