spot_img

Latest Posts

ଏଥରର ବଜେଟକୁ ନେଇ ଦେଶବାସୀଙ୍କର ରହିଛି ଅନେକ ଆଶା

ନୂଆଦିଲ୍ଲୀ: ଏଥରର କେନ୍ଦ୍ରୀୟ ବଜେଟକୁ ନେଇ ଅନେକ ଆଶା କରାଯାଉଛି। ଆୟକର ସୀମା ନେଇ ବଡ଼ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭିତ୍ତିଭୂମି, ମୁଦ୍ରାସ୍ଫୀତି, ଦରବୃଦ୍ଧି ଉପରେ ରହିପାରେ ଫୋକସ। ବିଶ୍ବରେ ଭାରତର ଅର୍ଥନୀତିକୁ ଶକ୍ତିଶାଳୀ କରିବାକୁ ଭିଜନ ପ୍ରସ୍ତୁତ କରିପାରନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଇଭି, ଶିକ୍ଷା, ସ୍ବାସ୍ଥ୍ୟ ଆଦି କ୍ଷେତ୍ରକୁ ମିଳିପାରେ ପ୍ରାଧାନ୍ୟ। କୃଷି ଏବଂ କୃଷକଙ୍କୁ ନେଇ କେନ୍ଦ୍ରୀୟ ବଜେଟରେ ବଡ଼ ଘୋଷଣା କରିପାରନ୍ତି ସରକାର। କିଷାନ ସମ୍ମାନ ନିଧି ପାଣ୍ଠି ବୃଦ୍ଧି କରିପାରନ୍ତି ସରକାର। ଏହାଦ୍ୱାରା ଚାଷୀଙ୍କୁ ସିଧାସଳଖ ପହଞ୍ଚିବ ସହାୟତା ଅର୍ଥ। ଏହାସହ ଚାଷୀଙ୍କୁ କ୍ରେଡିଟ କାର୍ଡ ଉପରେ ମିଳୁଥିବା ଋଣ ପରିମାଣ ମଧ୍ୟ ବୃଦ୍ଧି ହୋଇପାରେ। ୩ ଲକ୍ଷରୁ ବଢି ୫ ଲକ୍ଷ ପର୍ଯ୍ୟନ୍ତ ହୋଇପାରେ ଚାଷୀଙ୍କୁ ମିଳୁଥିବା ଋଣ ପରିମାଣ।

ସେହିପରି ମହିଳାଙ୍କୁ ସରକାର ଫୋକସ କରିପାରନ୍ତି। ମହିଳା ସଶକ୍ତୀକରଣ ଲାଗି ୩ ଲକ୍ଷ କୋଟି ଅର୍ଥ ଆବଣ୍ଟିତ କରିପାରନ୍ତି। ସମାନ କାମକୁ ସମାନ ବେତନ ନିୟମ ଲାଗୁ କରିପାରନ୍ତି ସରକାର। ସେହିପରି ମଧ୍ୟମ ବର୍ଗୀୟଙ୍କ ଲାଗି କିଛି ଖୁସି ଖବର ମିଳିପାରେ। ଆୟକର ସ୍ଲାବରେ ବୃଦ୍ଧି ହୋଇପାରେ।

ସେହିପରି କ୍ରିପ୍ଟୋ କରେନ୍ସି ଉପରେ ସରକାର କିଛି ନୂଆ ଘୋଷଣା କରିପାରନ୍ତି। କ୍ରିପ୍ଟୋ କରେନ୍ସିକୁ ନେଇ କେନ୍ଦ୍ରୀୟ ବଜେଟରେ ,ସକାରାତ୍ମକ ଏବଂ ପ୍ରଗତିଶୀଳ ପରିବର୍ତ୍ତନ ଆଶା କରାଯାଉଛି। ସେହିପରି ଏମଏସଏମଇକୁ ମଧ୍ୟ ଗୁରୁତ୍ଵ ଦେଇପାରନ୍ତି ସରକାର। ଇଜ ଅଫ ଡୁଇଁକୁ ନେଇ କିଛି ନୂଆ ଘୋଷଣା ଆସିପାରେ। ପର୍ଯ୍ୟଟନ, ପ୍ରତିରକ୍ଷା କ୍ଷେତ୍ରର ବଜେଟ ପରିମାଣ ବୃଦ୍ଧି ପାଇପାରେ ।

Latest Posts

Don't Miss