ଆୟକର ସ୍ଲାବ୍ ବଦଳିଲାନି, ଚାକିରିଆ ନିରାଶ

1 min read

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ଆଜି ୨୦୨୧-୨୨ ପାଇଁ ବଜେଟ୍ ଲୋକସଭାରେ ଉପସ୍ଥାପିତ କରିଛନ୍ତି । କରୋନା ମାଡରେ ବେହାଲ ହୋଇଥିବା ମଧ୍ୟବିତ୍ତ ଶ୍ରେଣୀ ବିଶେଷକରି ଚାକିରିଆ ଆଶା କରିଥିଲେ ଯେ, ବଜେଟରେ ଅର୍ଥମନ୍ତ୍ରୀ ସେମାନଙ୍କୁ କିଛି ରିହାତି ଦେବେ । ଅତିକମରେ ଆୟକର ସ୍ଲାବରେ ପରିବର୍ତ୍ତନ ସେମାନଙ୍କ ଆଶା ଥିଲା । କିନ୍ତୁ ସୀତାରମଣଙ୍କ ବଜେଟ ଚାକିରିଆଙ୍କ ସବୁ ଆଶାରେ ପାଣି ଢାଳି ଦେଇଛି ।


ଏହି ବଜେଟରେ କୌଣସି ଅତିରିକ୍ତ କର ରିହାତି ଘୋଷଣା ହୋଇନାହିଁ କି ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅନ୍ୟପକ୍ଷରେ ଏହି ବଜେଟରେ ୭୫ ବର୍ଷ ବୟସ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ଉଛେଦ ହୋଇଛି । ୭୫ ବର୍ଷରୁ ଅଧିକ ନାଗରିକଙ୍କୁ ଆଉ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବାକୁ ପଡିବ ନାହିଁ । ତେବେ ଏଥିପାଇଁ ସର୍ତ୍ତ ହେଉଛି ତାଙ୍କ ଆୟ କେବଳ ପେନସନରୁ ଆସୁଥିବ ।

ତେବେ ଆର୍ଥିକ ବିଶେଷଜ୍ଞ ଏହି ରିହାତିକୁ ବେଶି ଗୁରୁତ୍ୱ ଦେଉ ନାହାନ୍ତି । ସେମାନଙ୍କ ଅନୁସାରେ ଏମିତି ଅନେକ ବରିଷ୍ଠ ନାଗରିକ ଅଛନ୍ତି ଯେଉଁମାନ ଏବେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି । ମ୍ୟୁଚୁଆଲ ଫଣ୍ଡରୁ ହେଉଥିବା ଆୟ ଉପରେ ସେମାନଙ୍କୁ ଟ୍ୟାକ୍ସ ଦେବାକୁ ପଡିବ ।

Leave a Reply