ରାଉରକେଲା ଜେଲରେ ଥିବା ଜଣେ ବିଚାରାଧୀନ କଏଦୀର ମୃତ୍ୟୁ !

ରାଉରକେଲା: ରାଉରକେଲା ଜେଲ ହାଜତରେ ଥିବା ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଛି । ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସକାଳେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଦଲକୀ ଗାଁର ୪୫ ବର୍ଷୀୟ ରାଜେଶ କୁଜୁର। ଚୋରା ମଦ ବିକ୍ରୀ କରୁଥିବା ଅଭିଯୋଗରେ ଗତକାଲି ଵିରମିତ୍ରପୁର ଅବକାରୀ ବିଭାଗ ତାଙ୍କୁ ଗିରଫ କରିଥିଲା। ଗିରଫ କରିବା ପରେ ଗତକାଲି ଅପରାହ୍ନରେ ରାଉରକେଲା ଜେଲ ହାଜତକୁ ଅଣାଯାଇଥିଲା। ଗତକାଲି ରାତି ସାଢେ ଆଠଟା ସମୟରେ ରାଜେଶ କୁଜୁର ଅସୁସ୍ଥ ହେବାରୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି।

ଅପରପଟେ ନିର୍ଯାତନା ଦିଆଯାଇ ମାରି ଦିଆଯାଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତିି। ଘଟଣାର ତଦନ୍ତ କରିବା ସହ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ମୃତକଙ୍କ ସମ୍ପର୍କୀୟ ଦାବି କରିଛନ୍ତି। ଅଭିଯୋଗ ପାଇବା ପରେ ରଘୁନାଥପାଲ୍ଲି ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ମୃତ ବିଚାରାଧୀନ କଏଦୀ ରାଜେଶ କୁଜୁର ଫିଡସ୍ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ରାଉରକେଲା ଜେଲ ଅଧିକ୍ଷକ ସୂଚନା ଦେଇଛନ୍ତି। ଏହାକୁ ଖଣ୍ଡନ କରିଛନ୍ତି ମୃତକଙ୍କ ପରିବାର।