ଚାଷୀଙ୍କ ଅଜାଣତରେ ଆକାଉଣ୍ଟରେ କୋଟି କୋଟି ଟଙ୍କା ଟ୍ରାଞ୍ଜାକ୍ସନ

1 min read

ନନ୍ଦିଘୋଷ ବ୍ୟୁରୋ: ନବରଙ୍ଗପୁର ଝରିଗାଁରେ ଉତ୍କର୍ଷ ବ୍ଯାଙ୍କ ଟଙ୍କା ଦେଣନେଣରେ ମହାଘୋଟାଲା । ଚାଷୀଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କାର ଟ୍ରାଞ୍ଜାକ୍ସନ । ଚାଷୀଙ୍କ ଅଜାଣତରେ ହୋଇଛି ଟଙ୍କା କାରବାର । ମାତ୍ର ୩ ମାସ ମଧ୍ଯରେ କୋଟି କୋଟି ଟଙ୍କା ଦେଣନେଣ ହୋଇଛି । ଏଠି ପ୍ରଶ୍ନ ଉଠୁଛି- ଚାଷୀଙ୍କ ଆକାଉଣ୍ଟରେ କିଏ କରିଛି କୋଟିକୋଟି ଟଙ୍କା ଟ୍ରାଞ୍ଜାକ୍ସନ ? ୧୨ ଜଣ ଚାଷୀଙ୍କ ଅଜାଣତରେ ଏଭଳି ବଡ଼ଧରଣର ଟଙ୍କା କାରବାର ହୋଇଥିବା ଅଭିଯୋଗ ହୋଇଛି ।

ଉତ୍କର୍ଷ ବ୍ଯାଙ୍କ ଟଙ୍କା ଦେଣନେଣରେ ମହାଘୋଟାଲା । ଚାଷୀଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଟ୍ରାଞ୍ଜାକ୍ସନ । ଅଜାଣତରେ ହୋଇଛି ଟଙ୍କା କାରବାର । ଏଭଳି ଆଶ୍ଚର୍ଯ୍ଯଜନକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ଯାଙ୍କ ଶାଖାରେ । ଋଣ ପାଇବା ଆଶାରେ ଚାଷୀ ଆକାଉଣ୍ଟ ଖୋଲିଥିବାବେଳେ ସେଥିରେ ମାତ୍ର ୩ ମାସରେ କୋଟି କୋଟି ଟଙ୍କା ଦେଣନେଣ ହୋଇଛି । ୧୨ ଜଣ ଚାଷୀଙ୍କ ଅଜାଣତରେ ଏଭଳି ବଡ଼ଧରଣର ଟଙ୍କା କାରବାର ହୋଇଥିବା ଅଭିଯୋଗ ହୋଇଛି । ଏଠି ପ୍ରଶ୍ନ ଉଠୁଛି- ଚାଷୀଙ୍କ ଆକାଉଣ୍ଟରେ କିଏ କରିଛି କୋଟିକୋଟି ଟଙ୍କା ଟ୍ରାଞ୍ଜାକ୍ସନ? ଟଙ୍କାକାରବାର ସମ୍ପର୍କରେ ବ୍ଯାଙ୍କ କର୍ତ୍ତୃପକ୍ଷ ଜାଣିପାରିଲେନି କେମିତି ?

ଇଏ ଝରିଗାଁ ବ୍ଲକ କୁଟୁରିଛାପର ଗାଁର ଜଳନ୍ଧର ହରିଜନ । ଉକ୍ତ ବ୍ୟାଙ୍କରେ ୩ ମାସ ତଳେ ସେ ୧୦ହଜାର ଟଙ୍କା ଡିପୋଜିଟ କରି ସେଭିଂ ଆକାଉଣ୍ଟ ଖୋଲିଥିଲେ । ପ୍ରାୟ ତିନି ମାସ ବିତିଯାଇଥିଲେ ତାଙ୍କୁ କୌଣସି ପାସବୁକ ମିଳିନଥିଲା । ପରବର୍ତ୍ତୀ ସମୟରେ ନିଜ ଆକାଉଣ୍ଟ ସମ୍ପର୍କରେ ଯାଞ୍ଚ ବେଳେ ତାଙ୍କ ନାଁରେ ବଡ଼ଧରଣର ଟ୍ରାଞ୍ଜାକ୍ସନ ହୋଇଥିବା ଜାଣିବାକୁ ପାଇଥିଲେ । ଜଳନ୍ଧରଙ୍କ ଅଜାଣତରେ ତିନି ମାସରେ ପ୍ରାୟ ୧୧ ଲକ୍ଷ ଟଙ୍କା କାରବାର ହୋଇଥିଲା । ଏନେଇ ବ୍ଯାଙ୍କ ମ୍ଯାନେଜର ମଧ୍ଯ କୌଣସି ଠୋସ କାରଣ ଦେଇପାରିନଥିବା ଅଭିଯୋଗ ହୋଇଛି । କେବଳ ଜଳନ୍ଧର ନୁହଁନ୍ତି, ତାଙ୍କ ଭଳି ୧୨ ଜଣଙ୍କ ଚାଷୀଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଟ୍ରାଞ୍ଜକ୍ସନ ହୋଇଥିବା ଜଣାପଡ଼ିଛି । ଏନେଇ ୮ ଜଣ ଝରିଗାଁ ଥାନାରେ ଅଭିଯୋଗ କରିଛନ୍ତି ।

ବ୍ଯାଙ୍କର ଦୁଇ କର୍ମଚାରୀଙ୍କ ସମେତ ଅନ୍ଯ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ । କିଏ ଓ କାହିଁକି ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଟ୍ରାଞ୍ଜାକ୍ସନ କରିଛି ଏବଂ ବ୍ଯାଙ୍କ କର୍ତ୍ତୃପକ୍ଷଙ୍କର କଣ ଭୂମିକା ରହିଛି ସେନେଇ ଖୋଳତାଡ଼ ଜାରି ରହିଛି ।