ବାଘ ଆକ୍ରମଣରେ ୧୨ ବର୍ଷର ନାବଳକ ଆହତ

ଉମରକୋଟ : କଲରା ପତରିଆ ବାଘ ଆକ୍ରମଣରେ ୧୨ ବର୍ଷର ନାବଳକ ଆହତ। ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ କାଙ୍କେର ଅଞ୍ଚଳର ଘଟଣା। ଘର ବାହାରେ ଖେଳୁଥିବା ସମୟରେ ଏକ କଲରାପତରିଆ ବାଘ ତାକୁ ଆକ୍ରମଣ କରିଥିଲା। । ଶିଶୁର ଚିତ୍କାର ଶୁଣି ପରିବାର ସଦସ୍ୟମାନେ ବାହାରକୁ ଦୌଡ଼ି ଆସି ପାଟିକରିବାରୁ ବାଘଟି ସେଠାରେ ପଳାଇଯାଇଥିଲା।ବାଘ ଆକ୍ରମଣରେ ପିଲାଟିର ବେକ ଓ ହାତରେ ଗଭୀର ଆଘାତ ଲାଗିଛି। ପରିବାର ଲୋକେ ପିଲାଟିକୁ ବାଘ କବଳରୁ ଉଦ୍ଧାର କରି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲୋ। ଚିତାବାଘ ଆକ୍ରମଣର ଖବର ପାଇବା ମାତ୍ରେ କାଙ୍କେର ବିଧାୟକ ଆଶାରାମ ନେତାମ ଏବଂ କାଙ୍କେର ଡିଏଫଓ ଆଲୋକ ବାଜପେୟୀ ଆହତ ଶିଶୁର ଅବସ୍ଥା ପଚାରି ବୁଝିବା ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ। ଅନ୍ୟପଟେ ଗତବର୍ଷ ମଧ୍ୟ ଏହି ଅଞ୍ଚଳରେ ବାଘ ଆକ୍ରମଣରେ ଜଣେ ଶିଶୁର ମୃତ୍ୟୁ ହୋଇଥିଲା।