ଋଷିଆ ଉପରେ ୟୁକ୍ରେନର ଆଟାକ୍, ଧ୍ୱଂସ କରିଦେଲା ତୈଳ ଡିପୋ

କିଭ୍: ଆକ୍ରମଣର ଜବାବ ଦେଇଛି ୟୁକ୍ରେନ  । ବୃହତ ଦେଶ ଋଷିଆ ଉପରେ ଆଟାକ କରିଛି କ୍ଷୁଦ୍ର ରାଷ୍ଟ୍ର ୟୁକ୍ରେନ  । ନିଜ ଋଣନିତୀରେ ଅଟଳ ଥିବା ଯୁକ୍ରେନ ଋଷିଆକୁ ପାଣି ପିଆଇଛି  । କେତେବେଳେ ମିସାଇଲ ମାଡ଼ କରୁଛି ତ, କେତେବେଳେ ତୈଳ ଡିପୋ ଉପରେ କରୁଛି ଘନାଘନ ଆଟାକ୍  । ଜେଲେନସ୍କିଙ୍କ ଏହି ଜବାବପୂର୍ଣ୍ଣ ଆକ୍ରମଣ ଋଷିଆର ଭିଜନକୁ ମନ୍ଥର କରିଦେଇଛି  ।

ରିପୋର୍ଟ ମୁତାବକ ୟୁକ୍ରେନର ସୀମା ନିକଟରେ ଥିବା ଋଷର ଏକ ତୈଳ ଭଣ୍ଡାରରେ ମିସାଇଲ ମାଡ କରିଛି ୟୁକ୍ରେନ  । ଫଳରେ ସମ୍ପୂର୍ଣ୍ଣ ଭାବେ ଧୂଳିସାତ ହୋଇଯାଇଛି ବଡ଼ ବଡ଼ ତୈଳ ଡିପୋ । ଋଷ ଜରୁରୀକାଳୀନ ସେବା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ସୀମାନ୍ତ ସହ ବ୍ରାଂସ୍କ ଓ ଡୁଝବାରେ ଥିବା ତୈଳ ଭଣ୍ଡାର ଛାରଖାର ହୋଇଯାଇଛି   । ଡୋନବାସରେ ଥିବା ଋଷିଆ ସେନାଙ୍କ ପାଇଁ ଏହିଠାରୁ ଯାଇଥାଏ ତୈଳ  । ସେହିଭଳି ଡୁଝବା ତୈଳ ଡିପୋରୁ ୟୁରୋପକୁ ପାଇପଲାଇନ୍ ଯୋଗେ ତୈଳ ଯୋଗାଣ ହେଉଥିଲା  ।

ୟୁକ୍ରେନର ରିପୋର୍ଟ ମୁତାବକ ଡୋନବାସ ଯୁଦ୍ଧ ଅଭିଯାନକୁ ଶିଥିଳ କରିବା ପାଇଁ ୟୁକ୍ରେନ ଏହିଭଳି ପଦକ୍ଷେପ ନେଇଛି  । ସୀମାଠାରୁ ୭୦ ମାଇଲ ଦୂରରେ ଥିବା ଦୁଇଟି ତୈଳ ଡିପୋକୁ ଏହା ମିସାଇଲ ମାଡ଼ କରି ଉଡ଼ାଇ ଦେଇଛି  । ସେପଟେ ତୈଳ ଭଣ୍ଡାର ଜଳିବାର ଦୃଶ୍ୟ ସାମାଜିକ ଗଣମାଧ୍ୟରେ ଭାଇରାଲ ହେଉଛି । ଏହା ପୂର୍ବରୁ ୟୁକ୍ରେନର ସେନା ଆକ୍ରମଣରେ ଋଷର ବେଲଗୋରଡ ସହରରେ ଥିବା ରୋଜନେଫ୍ଟ ତୈଳ ଭଣ୍ଡାର ଜଳିଯାଇଥିଲା । ସେହିପରି ଋଷର ଆକ୍ରମଣରେ ମଧ୍ୟ ୟୁକ୍ରେନର ଖାରକିବ ଅଞ୍ଚଳରେ ଥିବା ଏକ ବଡ ତୈଳ ଡିପୋରେ ନିଆଁ ଲାଗି ଧ୍ୱଂସ ପାଇଥିଲା ।