ଭାରତ ସମେତ ୫ଦେଶରେ ନିୟୋଜିତ ନିଜ ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କଲା ୟୁକ୍ରେନ

1 min read

କିଭ: ୟୁକ୍ରେନ ରାଷ୍ଟ୍ରପତି ବୋଲେଦିମିର ଜେଲେଂସ୍କି ବିଦେଶରେ ନିୟୋଜିତ ନିଜ ରାଷ୍ଟ୍ରଦୂତଙ୍କୁ ନେଇ ବଡ ପଦକ୍ଷେପ ନେଇଛନ୍ତି । ଭାରତ ସମେତ ୫ ଦେଶରେ ଥିବା ୟୁକ୍ରେନର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କରିଛନ୍ତି ଜେଲେଂସ୍କି । ଗୋଟିଏ ପଟେ ରୁଷ୍-ୟୁକ୍ରେନ ଯୁଦ୍ଧ ଚାରି ମାସରୁ ଅଧିକ ସମୟ ଧରି ଚାଲିଥିବା ବେଳେ ଜେଲେଂସ୍କିଙ୍କ ଏହି ପଦକ୍ଷେପକୁ ନେଇ ସମସ୍ତେ ଚକିତ ହୋଇଛନ୍ତି ।

ୟୁକ୍ରେନ ରାଷ୍ଟ୍ରପତିଙ୍କ ଅଫିସିଆଲ ୱେବସାଇଟରେ ଜାରି ନିର୍ଦ୍ଦେଶ ଅନୁଯାୟୀ, ସେ ଜର୍ମାନୀରେ ୟୁକ୍ରେନର ରାଷ୍ଟ୍ରଦୂତ ଆଣ୍ଡ୍ରି ମେଲନିକଙ୍କୁ ବରଖାସ୍ତ କରିଦେଇଛନ୍ତି । ଏହା ବ୍ୟତୀତ ସେ ହଙ୍ଗେରୀ, ଚେକ ରିପବ୍ଲିକ, ନରୱେ ଓ ଭାରତରେ ନିୟୋଜିତ ଥିବା ନିଜ ରାଷ୍ଟ୍ରଦୂତଙ୍କୁ ମଧ୍ୟ ହଟାଇ ଦେଇଛନ୍ତି  । ତେବେ କେଉଁ କାରଣରୁ ରାଷ୍ଟ୍ରଦୂତଙ୍କୁ ହଟାଯାଇଛି ସେନେଇ କୌଣସି ସୂଚନା ଦିଆଯାଇନାହିଁ  । ତେବେ ଏହି ରାଷ୍ଟ୍ରଦୂତମାନଙ୍କୁ ଅନ୍ୟ କେଉଁଠି ନିଯୁକ୍ତି ଦିଆଯିବ କି ନାହିଁ ସେସମ୍ପର୍କରେ ମଧ୍ୟ ସୂଚନା ମିଳିନାହିଁ  ।