ଆଧାର ଉପଭୋକ୍ତାଙ୍କ ପାଇଁ ବଡ଼ ଅଫର, ମାଗଣାରେ କରିପାରିବେ ଅପଡେଟ୍

1 min read

ନନ୍ଦିଘୋଷ ବ୍ୟୁରୋ: କୋଟି କୋଟି ଆଧାର ଉପଭୋକ୍ତାଙ୍କ ପାଇଁ ବଡ଼ ଅଫର  । ଏବେ ମାଗଣାରେ କରିପାରିବେ ଆଧାର ଅପଡେଟ  । UIDAI ଦେଇଛି ଏହି ବଡ଼ ସୂଚନା  । ଯଦି ଆଧାରରେ କୌଣସି ସମସ୍ୟାକୁ ନେଇ ଅପଡେଟ କରିବାକୁ ଚାହୁଁଛନ୍ତି, ତେବେ ମାଗଣାରେ କରିପାରିବେ ଅପଡେଟ  । UIDAI ଆଧାର ଅପଡେଟ ପାଇଁ ନେଉଥିବା ଟଙ୍କାକୁ ଏବେ ମୁକ୍ତ କରିଦେଇଛି  । ହଁ ଏହା ପୁଣି ସବୁ କ୍ଷେତ୍ରରେ ନୁହେଁ  ।

କେବଳ ଯଦି ଆପଣ ଅନଲାଇନ ଜରିଆରେ ଆଧାରରେ କିଛି ପରିବର୍ତ୍ତନ ଜକରିବାକୁ ଚାହୁଁଛନ୍ତି  । ତେବେ ମୁକ୍ତ ଅର୍ଥରେ କରିପାରିବେ ବା ଏହି ଅଫରରେ ଲାଭ ଉଠାଇପାରିବେ  । କିନ୍ତୁ ଯଦି ଅଫଲାଇନ୍ କରିବାକୁ ଚାହୁଁଛନ୍ତି  । ତେବେ ଦେବାକୁ ପଡିବ ଅର୍ଥ  । ଅର୍ଥାତ ଅଫ-ଲାଇନ ଯୋଗେଁ ଆଧାରରେ ପରିବର୍ତ୍ତନ କରିବାକୁ ହେଲେ ଆପଣଙ୍କୁ ଦେବାକୁ ପଡିବ ୫୦ ଟଙ୍କା  ।

UIDAI  ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଅଫର କେବଳ ତିନି ମାସ ପାଇଁ କାର୍ଯ୍ୟକାରୀ କରାଯିବ  । ଆଧାର ହୋଲଡର୍ସ   ୧୫ ମାର୍ଚ୍ଚରୁ ୧୪ ଜୁନ ଭିତରେ ଯଦି ଆଧାର ସମ୍ବନ୍ଧୀୟ କୌଣସି ଅପଡେଟ କରିବାକୁ ଯାଉଛନ୍ତି  । ତେବେ ମାଗଣାରେ କରି ପାରିବେ  । ଗୁରୁତ୍ୱପୂର୍ଣ୍ଣ  ଖବର ହେଉଛି, ଆଧାର କାର୍ଡ- ପାନ କାର୍ଡ ଲିଙ୍କର ଅନ୍ତିମ ତାରିଖ ମାର୍ଚ୍ଚ ୩୧ ରହିଛି  । ଯାହାକୁ ନେଇ ଲଗାତାର UIDAI ପକ୍ଷରୁ ଉପଭୋକ୍ତାଙ୍କୁ ପ୍ରୋତ୍ସାହିତ କରାଯାଉଛି  । ୧୦ ବର୍ଷରୁ ଅଧିକ ସମୟ ଧରି ରହିଥିବା ଆଧାର ଧାରକ ଯଦି ନୂଆ ନିୟମ ଅନୁଯାୟୀ ଆଧାର ଅପଡେଟ କରିନିଅନ୍ତି  । ତେବେ ସେମାନେ ଅନେକ ଯୋଜାନର ଲାଭ ଉଠାଇ ପାରିବେ  ।