ରଡାରକୁ ଚକମା ଦେଇ ଉଡିଗଲା ଉଡନ୍ତା ଥଳିଆ !

1 min read

 ଏଲିୟନ ବା ପରଗ୍ରହୀଙ୍କୁ ନେଇ ଅନେକ ଆଲୋଚନା ହେଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାକୁ ନେଇ ସଠିକ୍‌ତଥ୍ୟ ସାମ୍ନାକୁ ଆସିନାହିଁ । କିନ୍ତୁ ଆମେରିକାର ବାୟୁସେନା ଏବଂ ନୌସେନା ଅଧିକାଂଶ ଥର ଏଲିୟନ ଜାହଜ ଦେଖିଥିବା ଖୁଲାସା କରିଛନ୍ତି ଆମେରିକାର ଜାତୀୟ ଗୁଇନ୍ଦା ବିଭାଗର ପୂର୍ବ ନିର୍ଦ୍ଦେଶକ । ଯାହାର ଗତି ଶବ୍ଦର ଗତିଠାରୁ ମଧ୍ୟ ଅଧିକ । ଯାହା ବାୟୁସେନାର ପାଏଲଟଙ୍କୁ ଆଶ୍ଚର୍ଯ୍ୟ ହେବାକୁ ବାଧ୍ୟ କରିଥିଲା । ଅବଶ୍ୟ ପରଗ୍ରହୀ ବା ଏଲିୟନ ଜାହାଜ ନଜର ଆସିଥିବା ଭିଡ଼ିଓ ମଧ୍ୟ ଶେୟାର କରିଛି ଆମେରିକା ନୌସେନା ।

ପୂର୍ବ ନ୍ୟାନସାଲ ଇଣ୍ଟଲିଜେନ୍ସ ନିର୍ଦ୍ଦେଶକ ଜନ୍‌ରଟକ୍ଲିଫଙ୍କ କହିବା ଅନୁସାରେ ଏହିଭଳି ଅନେକ ମାମଲା ସାମ୍ନାକୁ ଆସିଛି । ଥରେ ରଡାରକୁ ଚକମା ଦେଇ ଏହି ଉଡ଼ନ୍ତା ଥାଳିଆ ଉଡ଼ି ଯାଇଥିଲା । ତାହା ମଧ୍ୟ ବିନା ଶବ୍ଦରେ । ନିର୍ଦ୍ଦେଶକ ରଟକ୍ଲିଫ୍‌ଏହା ମଧ୍ୟ କହିଛନ୍ତିଯେ, ଏହାକୁ ନେଇ ଆନୁଷ୍ଠାନିକ ଭାବରେ କିଛି ଘୋଷଣା କରିପାରନ୍ତି ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ । ଏହାକୁ ୧ ଜୁନ୍‌ମଧ୍ୟରେ ସାର୍ବଜନୀନ କରିବାର ଯୋଜନା ରହିଛି । ତେବେ ଏହା ପ୍ରଥମ ଘଟଣା ନୁହେଁ ଯେତେବେଳେ ଆମେରିକା ଏଭଳି କିଛି ବିଚିତ୍ର ପଦକ୍ଷେପ ନେବାକୁ ଯାଉଛି ।

୨୦ ଏପ୍ରିଲ ୨୦୨୦ରେ ଆମେରିକା ନୌସେନା ତିନୋଟି ଭିଡ଼ିଓ ଜାରି କରିଥିଲେ । ଯେଉଁଥିରେ ଉଡ଼ନ୍ତା ଥାଳିଆ ଖୁବ୍‌ତୀବ୍ର ଗତିରେ ଉଡ଼ୁଥିବା ନଜର ଆସିଥିଲା । ଅଚାନକ ଶବ୍ଦଠାରୁ ତୀବ୍ର ଗତିରେ ଉଡ଼ି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ସାମରିକ ଭାଷାରେ ଏହାକୁ UFOର UAP ବା ଅନଆଇଡେଣ୍ଟିଫାଏଡ୍‌ଏରିଅଲ ଫେନୋମେନା କୁହାଯାଏ ।

 

ଜନଙ୍କ କହିବା ଅନୁସାରେ ସିନେଟରେ ରଖାଯାଇଥିବା ଇଣ୍ଟିଲିଜେନ୍ସ ରିପୋର୍ଟ ଅନୁସାରେ ପେଣ୍ଟାଗନ ଏବେ ମଧ୍ୟ UFO ବା UAPକୁ ଖୋଜିବାରେ ଲାଗିଛନ୍ତି । କିନ୍ତୁ ଆଳୁ ଖୋଳୁ ଖୋଳୁ ମହାଦେବ ନ ବହାରନ୍ତୁ, ଅର୍ଥାତ୍‌ଏଲିୟନ ଶିପ୍‌ନ ପରିବର୍ତ୍ତେ ସିକ୍ରେଟ୍‌ଏୟାରକ୍ରାଫ୍ଟ ନହୋଇଥାଉ । ହୁଏତ ଅନ୍ୟ କୌଣସି ଦେଶ ନଜର ରଖିବା ପାଇଁ ଉଦ୍ୟମ କରୁଥିବ । କିନ୍ତୁ ଏହାକୁ ନେଇ ସର୍ବଦା ସକ୍ରିୟ ଅଛି ଆମେରିକା । ତେବେ ଏଭଳି ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ଇଣ୍ଟଲିଜେନ୍ସ ଅଥୋରାଇଜେସନ ଆକ୍ଟ ଅନୁସାରେ ଅନୁମତି ନେବାକୁ ପଡ଼ିଥାଏ ।

Leave a Reply