spot_img

Latest Posts

ଉଦଳାରେ ବିଜେପି ବିଧାୟକ ପ୍ରାର୍ଥୀ ଭାସ୍କର ମଢେଇଙ୍କୁ ନେଇ ଅଡୁଆରେ ଦଳ

ଉଦଳା: ଦଳ ଭିତରେ ତୀବ୍ର ବିରୋଧ। ଟିକେଟ ଘୋଷଣା ହେବା ପରେ ସାମ୍ନାକୁ ଆସିଛି ଗୋଷ୍ଠୀ କନ୍ଦଳ। ଉଦଳାରେ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ନେଇ ଅଡୁଆରେ ଦଳ। ବିଜେପି ଉଦଳା ବିଧାନସଭା ଆସନରେ ନିର୍ବାଚନ ଲଢ଼ିବାକୁ ଭାସ୍କର ମଢେଇଙ୍କୁ ପୁଣି ରିପିଟ କରିଛି। ହେଲେ ଭାସ୍କରଙ୍କ ନାମ ଘୋଷଣା ପରେ ଏବେ ଦଳରେ ଦେଖିବାକୁ ମିଳିଛି ତୀବ୍ର ବିରୋଧ। ଭାସ୍କରଙ୍କୁ ବିଜେପି ପ୍ରାର୍ଥୀରୁ ହଟାଇବା ଦାବି କରି ବିଜେପିର ବରିଷ୍ଠ ନେତା ଏବଂ କର୍ମୀମାନେ ଏବେ ରାସ୍ତାରେ କରୁଛନ୍ତି ବିରୋଧ। ସ୍ଥାନୀୟ ସ୍ଵପ୍ନେଶ୍ଵର ମନ୍ଦିରରୁ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିଥିଲେ। ବିଜେପି କର୍ମକର୍ତା ଉଦଳା ଦଳୀୟ କାର୍ଯ୍ୟାଳୟ ସମୁଖରେ ନାରାବାଜି କରିଥିଲେ।ବିଧାୟକ ଭାସ୍କର ମଢେଇ ୨୦୧୯ ନିର୍ବାଚନ ଜିତିବା ପରେ କୌଣସି ଉନ୍ନୟନ କାର୍ଯ୍ୟ କରି ନଥିବା  ସହ ଦଳୀୟ କର୍ମୀଙ୍କ ସହ ନଥିବାର ଅଭିଯୋଗ ଆଣିଛନ୍ତି କର୍ମୀ। ଭାସ୍କରଙ୍କ ଟିକେଟକୁ ବାତିଲ କରା ନ ଗଲେ ଦଳୀୟ କର୍ମୀ ଏବଂ ନେତା ଦଳ ବିରୋଧରେ ଯାଇ ଭାସ୍କର ମଢେଇଙ୍କୁ ଉଦଳା ନିର୍ବାଚନ ମଣ୍ଡଳୀରେ ହରାଇବେ ବୋଲି ଚେତାବନୀ ଦେଇଛନ୍ତି। ଦଳରୁ ବିରୋଧ ପରେ ଭାସ୍କରଙ୍କ ପାଇଁ ବଢିଛି ଅଡୁଆ।

Latest Posts

Don't Miss