ଫରଓ୍ୱାର୍ଡ ପୋଷ୍ଟରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସ୍ଥିତି ସମୀକ୍ଷା: କହିଲେ, ବାହାଦୁର ସୈନିକ ଦେଶର ଗର୍ବ

1 min read

ଲଦାଖ: ଦୁଇ ଦିନିଆ ଲଦାଖ ଏବଂ ଜାମ୍ମୁ ଓ କାଶ୍ମୀର ଗସ୍ତରେ ଯାଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କୁପୱାଡା ନିକଟ ଏଲଓସି ସ୍ଥିତି ସମୀକ୍ଷା କରିବା ସହ ଯବାନଙ୍କୁ ଉତ୍ସାହିତ କରିଛନ୍ତି  । ଏଲଓସିରେ ମୁତୟନ ଯବାନ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା ବେଳେ ବାହାଦୁର ସିପାହୀ ଦେଶର ଗର୍ବ ବୋଲି କହିବା ସହିତ ପ୍ରତିକୂଳ ପରିସ୍ଥିତିରେ ସେମାନଙ୍କ ଦେଶସେବାକୁ ସଲାମ କରିଛନ୍ତି  ।

ଏହାପୂର୍ବରୁ ସେ ଅମରନାଥ ଯାଇ ବାବା ବର୍ଫାନିଙ୍କ ଦର୍ଶନ କରିଥିଲେ  । ଦୁଇ ଦିନିଆ ଲଦାଖ ଏବଂ ଜାମ୍ମୁ ଓ କାଶ୍ମୀର ଗସ୍ତରେପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ  । ଆଜି କୁପୱାଡ଼ା ଫରୱାର୍ଡ ପୋଷ୍ଟ ଯାଇ ଏଲଓସି ସ୍ଥିତି ସମୀକ୍ଷା କରିବା ସହ ଯବାନଙ୍କୁ କରିଛନ୍ତି ଉତ୍ସାହିତ  । ସୀମାରେ ମୁତୟନ ବାହାଦୁର ଯବାନଙ୍କ ସହ ଆଲୋଚନା ବେଳେ ଦେଇଛନ୍ତି ସାବାସି  ।

କହିଛନ୍ତି, ଦେଶ ପାଇଁ ଉତ୍ସର୍ଗୀକୃତ ବୀର ଯବନା ଦେଶର ଗର୍ବ  । ଯବାନମାନେ ପ୍ରତିକୂଳ ପରିସ୍ଥିତିରେ ରହି ମଧ୍ୟ ଦେଶ ରକ୍ଷାରେ ବ୍ରତୀ  । ଦେଶ ସେମାନଙ୍କ ବାହାଦୁରୀକୁ ସଲାମ କରୁଛି  । ଏହା ପୂର୍ବରୁ ରାଜନାଥ ଅମରନାଥ ମନ୍ଦିର ଗସ୍ତ କରି ବାବା ବର୍ଫାନିଙ୍କ ଦର୍ଶନ କରିବା ସହିତ ମନ୍ଦିରରେ ଘଣ୍ଟାଏ କାଳ ଅତିବାହିତ କରିଥିଲେ  । ବାବାଙ୍କ ଦର୍ଶନ କରି ସେ ଆଶୀର୍ବାଦ ଲାଭ କରିଛନ୍ତି ବୋଲି କହିଛନ୍ତି ରାଜନାଥ  ।

ଏହି ଅବସରରେ ତାଙ୍କ ସହ ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଓ ସେନା ମୁଖ୍ୟ ଜେନେରାଲ ଏମ ଏମ ନରୱାଣେ ଉପସ୍ଥିତ ଥିଲେ  । ଶୁକ୍ରବାର ରାଜନାଥ ପ୍ରଥମେ ଲଦାଖରେ ପହଞ୍ଚି ଏଲଏସିରେ ସ୍ଥିତି ସମୀକ୍ଷା କରିବା ସହ ଯବାନଙ୍କୁ ସମ୍ବୋଧିତ କରିଥିଲେ  । ଭାରତର ଇଞ୍ଚେ ଜମି କେହି ଛଡାଇ ନେଇପାରିବେ ନାହିଁ ବୋଲି କହିବା ସହ ସବୁ ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ କରାଯିବ ବୋଲି କହିଥିଲେ  । ପ୍ରଧାନମନ୍ତ୍ରୀଙ୍କ ପରେ ପ୍ରଥମ ଥର ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତ କରିଥିଲେ  ।

https://www.facebook.com/NandighoshaTV/videos/836511276878406/

Leave a Reply