କଂଗ୍ରେସରେ ଚାଲିଛି ଇସ୍ତଫାର ପର୍ବ; ଗୋଆ ପରେ ଉତ୍ତରାଖଣ୍ଡ କଂଗ୍ରେସରେ ଫାଟ

ନୂଆଦିଲ୍ଲୀ: ଭୁଶୁଡୁଛି କଂଗ୍ରେସ । ବିଭିନ୍ନ ରାଜ୍ୟରୁ ସାମ୍ନାକୁ ଆସୁଛି ଦଳୀୟ ଅନ୍ତକନ୍ଦଳର ସ୍ପଷ୍ଟ ଚିତ୍ର । ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନରେ ପରାଜୟ ପରେ ଦଳରେ ଚାଲିଛି ଇସ୍ତଫା ପର୍ବ । ଗୋଆ ପରେ ଉତ୍ତରାଖଣ୍ଡ କଂଗ୍ରେସରେ ଫାଟ । ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳ ଛାଡ଼ୁଛନ୍ତି ଅନେକେ ନେତା । ଗୋଆ କଂଗ୍ରେସରେ ସମସ୍ୟାକୁ ନେଇ ଦଳ ଆକ୍ଟିଭ ହୋଇଥିବା ବେଳେ ଉତ୍ତରାଖଣ୍ଡ କଂଗ୍ରେସରେ ବିଦ୍ରୋହୀଙ୍କ ମେଳି । ଦଳ ଛାଡ଼ିଛନ୍ତି ଉତ୍ତରାଖଣ୍ଡରେ ଦୁଇ କଂଗ୍ରେସ ବିଧାୟକ । ସେପଟେ ବିଜେପିରୁ ତଡ଼ା ଖାଇ କଂଗ୍ରେସରେ ସାମିଲ ହୋଇଥିବା ହରକ ସିଂ ରାଓ୍ୱତଙ୍କ ଘରେ ତୁଙ୍ଗ ନେତାଙ୍କ ବୈଠକ ଦଳର ଟେନସନ ବଢ଼ାଇଛି ।

୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସର ହାର ପରେ ଅନେକ ଦଳ ଛାଡ଼ିଛନ୍ତି । ସେପଟେ ଗୋଆ କଂଗ୍ରେସରେ ବି ଅଲ ଇଜ ନଟ ଓ୍ବେଲ । ଦଳର ୫ ବିଧାୟକଙ୍କ ସହ ସମ୍ପର୍କ ହୋଇପାରୁ ନଥିବା ବେଳେ ସେମାନେ ବିଜେପିରେ ସାମିଲ ହେବା ଆଶଙ୍କା କରାଯାଉଛି ବୋଲି ଗୋଆ କଂଗ୍ରେସ ପ୍ରଭାରୀ ଦୀନେଶ ଗୁଣ୍ଡୁ ରାଓ । ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ ଓ ବିଧାୟକ ମାଇକେଲ ଲୋବୋ ଦଳ ବିରୋଧରେ ଷଡ଼ଯନ୍ତ୍ର ରଚୁଥିବା ଅଭିଯୋଗ ହୋଇଛି । ମାଇକେଲ ଲୋବୋଙ୍କୁ ବିଧାନସଭା ବିରୋଧୀ ଦଳ ନେତା ପଦରୁ ହଟାଇ ଦିଆଯାଇଛି । ଏହାଛଡ଼ା ଲୋଭି ବିଧାୟକଙ୍କ ସହ ବିଜେପି କିଣିବାକୁ ଯୋଜନା ଚଳାଇଛି ବୋଲି ଦଳ ପ୍ରଭାରୀ କହିଛନ୍ତି । ପ୍ରତ୍ୟକ ବିଧାୟକଙ୍କୁ ୨୫ କୋଟି ଲେଖାଏଁ ବିଜେପି ଅଫର କରିଥିବା ସେ କହିଛନ୍ତି