ବାରମୁଲ୍ଲାରେ ଆତଙ୍କବାଦୀ ଏନକାଉଣ୍ଟର, ୨ ଆତଙ୍କବାଦୀ ନିହତ

1 min read

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ବାରମୁଲ୍ଲାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ। ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ୨ ଜଣ ଆତଙ୍କବାଦୀ। ବାରମୁଲ୍ଲାର ବାନିଗାଓଁ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ଆତଙ୍କବାଦୀ। ସେମାନଙ୍କଠାରୁ ଏକେ-୪୭ ସମେତ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଏହି ଅସ୍ତ୍ରଶସ୍ତ୍ର କେଉଁଠାରୁ ଆସିଛି ତାହାର ତଦନ୍ତ ଜାରି ରହିଛି । ପ୍ରାଣ ହରାଇଥିବା ଆତଙ୍କବାଦୀ କେଉଁ ସଂଗଠନର ତାହା ସ୍ପଷ୍ଟ ହୋଇନାହିଁ । ଘଟଣାରେ ସାମିଲ ଥିବା ଅନ୍ୟ ଆତଙ୍କବାଦୀଙ୍କ ଲାଗି ସର୍ଚ୍ଚ ଅପରେସନ ଜାରି ରହିଛି। ସେପଟେ ଟେରର ଫଣ୍ଡିଂ ମାମଲାରେ ଏନଆଇଏ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ ଚାଲିଛି।