୨୦୨୨ IPLରେ ଆଉ ୨ ନୂଆ ଦଳ, ଜାଣନ୍ତୁ ଏହାକୁ କିଣିବ କିଏ ?

1 min read

ନୂଆଦିଲ୍ଲୀ: ୨୦୨୨ରେ IPLରେ ଏକ ବଡ଼ ଧରଣର ବଦଳି ହେବାକୁ ଯାଉଛି । ସାଧାରଣତଃ IPLରେ ୮ଟି ଦଳ ଖେଳୁଥିବା ଆପଣମାନେ ଜାଣିଥିଲେ । କିନ୍ତୁ ଏଥର ଆହୁରି ଦୁଇଟି ନୂଆ ଦଳ ସାମିଲ ହେବାକୁ ଯାଉଛି । ୨୦୨୨ ରୁ ୧୦ ଟି ଟିମ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ଅଂଶଗ୍ରହଣ କରିବେ । ଏଥିପାଇଁ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ମେ ମାସରେ ଆଇପିଏଲ୍ ୨୦୨୧ର ଶେଷ ପର୍ଯ୍ୟାୟରେ ନିଲାମ କରିବାକୁ ନିଷ୍ପତ୍ତି ନେଇଛି ।

ଚେୟାରମ୍ୟାନ୍ ସୌରଭ ଗାଙ୍ଗୁଲି, ସଚିବ ଜୟ ଶାହାଙ୍କ ସମେତ ବିସିସିଆଇର ବରିଷ୍ଠ ଅଧିକାରୀମାନେ ଶନିବାର ଦିନ ଏକ ବୈଠକ କରି ବର୍ଷ ଆରମ୍ଭରେ ଆଇପିଏଲ୍ ପରିଚାଳନା କମିଟି ଦ୍ୱାରା ଅନୁମୋଦିତ ବିଭିନ୍ନ ନୀତିଗତ ନିଷ୍ପତ୍ତି ଉପରେ ବିଚାର କରିଛନ୍ତି । ଆସନ୍ତା ବର୍ଷ ଠାରୁ ଆଇପିଏଲରେ ୧୦ଟି ଟିମ୍ ରହିବ ଏବଂ ଚଳିତ ବର୍ଷ ମେ ମାସ ସୁଦ୍ଧା ନୂଆ ଫ୍ରାଞ୍ଚାଇଜ୍ ପାଇଁ ଟେଣ୍ଡର ପ୍ରକ୍ରିୟା ଏବଂ ଏହାସହ ଜଡିତ ବିଭିନ୍ନ ଜିନିଷ ଚୂଡାନ୍ତ ହେବ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ।

ତେବେ ଏହି ଦୁଇଟି ନୂଆ ଦଳର ମାଲିକ କିଏ ହେବେ କିଏ କିଣିବ ଏହି ଦୁଇଟି ଦଳକୁ । ଏହା ଜାଣିବାକୁ ସମସ୍ତଙ୍କ ମନରେ ଇଚ୍ଛା ରହିଛି । ଖବର ଅନୁଯାୟୀ, ଆଇପିଏଲ୍ ଦଳ କିଣିବା ଦୌଡ଼ରେ ଆଦାନୀ ଗ୍ରୁପ୍ ଏବଂ ସଞ୍ଜୀବ ଗୋଏଙ୍କା ଆଗରେ ରହିପାରନ୍ତି । ଆଇପିଏଲର ଏକ ଦଳ ଅହମ୍ମଦାବାଦରୁ ଆସିପାରେ, ଯାହା ଆଦାନୀ ଗ୍ରୁପ୍ କିଣିବାକୁ ଇଚ୍ଛା ପ୍ରକାଶ କରିସାରିଛି । ବର୍ତ୍ତମାନ ଅହମ୍ମଦାବାଦରେ ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ୍ ମଧ୍ୟ ନିର୍ମାଣ କରାଯାଇଛି।

ଯେତେବେଳେ ୨୦୨୨ ମସିହାରେ୧୦ ଟି ଦଳ ଆଇପିଏଲରେ ଖେଳୁଥିବାର ଦେଖାଯାଇଛି ସେତେବେଳେ ସେମାନଙ୍କର ଫର୍ମାଟ୍ ମଧ୍ୟ ବଦଳିପାରେ । ଆଇପିଏଲ୍ ରାଉଣ୍ଡ ରୋବିନ ପ୍ରଣାଳିରେ ଖେଳାଯାଏ । ଯେଉଁଥିରେ ପ୍ରତ୍ୟେକ ଦଳ ପରସ୍ପର ସହିତ ୨ ଥର ପ୍ରତିଦ୍ୱନ୍ଦ୍ୱିତା କରନ୍ତି ଏବଂ ସର୍ବାଧିକ ପଏଣ୍ଟ ଥିବା ୪ ଟି ଦଳ ଯୋଗ୍ୟତା ଅର୍ଜନ କରନ୍ତି । କିନ୍ତୁ ୧୦ ଟି ଟିମ୍ ସହିତ, ଫର୍ମାଟ୍ ଅଲଗା ହେବାର ସମ୍ଭାବନା ଅଛି। ଯେଉଁଥିରେ ଦଳଗୁଡ଼ିକୁ ଦୁଇ ଦଳରେ ବିଭକ୍ତ କରିବାକୁ କୁହାଯାଉଛି। କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିଛି

Leave a Reply