ଘରକୁ ଫେରୁଥିବାବେଳେ କୂଅରେ ପଡି ଦୁଇ ନାବାଳିକାଙ୍କ ମୃତ୍ୟୁ
କାମାକ୍ଷାନଗର: କୂଅରେ ପଡି ଦୁଇ ନାବାଳିକାଙ୍କ ମୃତ୍ୟୁ । ମୃତକ ହେଲେ ଭୁବନ ଥାନା କହେଁଇପାଳ ଗ୍ରାମର ପ୍ରଦୀପ ପାତ୍ରଙ୍କ 6 ବର୍ଷର ଝିଅ ପ୍ରିୟଙ୍କା ଓ ଶେଷ ପାତ୍ରଙ୍କ 5ବର୍ଷର ଝିଅ ସ୍ମୃତି । ଉଭୟ ସମ୍ପର୍କୀୟ ଭଉଣୀ । ଦୁଇଜଣ ଆଜି ସନ୍ଧ୍ୟାରେ ଦୋକାନରୁ ଘରକୁ ଫେରୁଥିବାବେଳେ ଗ୍ରାମ ନିକଟରେ ଥିବା ଏକ କୂଅରେ ଖସି ପଡ଼ିଥିଲେ ।
ପରିବାର ଲୋକ ଖୋଜାଖୋଜି କରି ଉଭୟଙ୍କୁ କୂଅରୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲ ନେଇଥିଲେ । ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।