ନକଲି Raw ଅଧିକାରୀ, ନକଲି ରେଡ୍; ମାଡ଼ି ବସିଲା ପୋଲିସ

1 min read

ସମ୍ବଲପୁର: RAW ଅଧିକାରୀ କହି ସମ୍ବଲପୁରର ବିଭିନ୍ନ ସ୍ଥାନରେ କରୁଥିଲେ ଚଢ଼ାଉ । ଜାଣିପାରିଲା ପୋଲିସ । ନକଲି RAW ଅଧିକାରୀଙ୍କ ନକଲି ଚଢ଼ାଉ ବେଳେ ମାଡ଼ି ବସିଲା ହୀରାକୁଦ ପୋଲିସ । ଦୁଇ ଜଣଙ୍କୁ କଲା ଗିରଫ ।

ସମ୍ବଲପୁର ସହର ସମେତ ବିଭିନ୍ନ ସ୍ଥାନରେ ମୁଭି ସ୍ପେଶାଲ ୨୬ ଷ୍ଟାଇଲରେ ନକଲି ରେଡ୍ କରୁଥିବା ବେଳେ ହୀରାକୁଦ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କଲା କୋର୍ଟ ଚାଲାଣ । ଅଭିଯୁକ୍ତଙ୍କଠାରୁ ନକଲି ନିଯୁକ୍ତି ପତ୍ର, ନକଲି ଆଇଡି କାର୍ଡ ଜବତ ହୋଇଛି । ଏହି ଦୁଇ ଜଣ ଗିରଫ ପରେ ରାଜ୍ଯରେ ଏକ ବଡ ଧରଣର ରାକେଟ କାମ କରୁଥିବା ସନ୍ଦେହ କରାଯାଉଛି ।

ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ବାଲେଶ୍ବରର ସତ୍ଯନାରାୟଣ ସାହୁ ଏବଂ ହୀରାକୁଦର ଶିବନାଥ ସେଟ । ଏହି ଗ୍ୟାଙ୍ଗରେ ଉଚ୍ଚ ଶିକ୍ଷିତ ଚାକିରି ଖୋଜୁଥିବା ଯୁବକଙ୍କୁ ନିଯୁକ୍ତି ଦିଆଯାଉଥିଲା l ସମ୍ବଲପୁର ଜିଲ୍ଲାରେ ସମୁଦାୟ ୬ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା । ମୁଖ୍ଯ ଅଭିଯୁକ୍ତ ଜଣକ ଗଜପତି ଜିଲ୍ଲାର ହୋଇଥିବାବେଳେ ସେମାନେ ଫେରାର ଅଛନ୍ତି । ନିଯୁକ୍ତି ନାଁରେ ଟଙ୍କା ଅସୁଲି ମଧ୍ଯ ହୋଇଛି । ରେଡ ପାଇଁ ପୂର୍ବରୁ ଚିଠା ପ୍ରସ୍ତୁତି ହେଉଥିଲା । ଖାସ କରି ନିଶା କାରବାର କରୁଥିବା ବ୍ଯବସାୟୀଙ୍କୁ ଟାର୍ଗେଟ କରି ରେଡ କରୁଥିଲେ ଏମାନେ ।