ଗଛକୁ ପିଟିଲା ବରଯାତ୍ରୀ ଗାଡ଼ି, ୨ ମୃତ

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ବଡକରଲେ କେନାଲ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବରଯାତ୍ରୀ ବୋଲେରୋ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନା ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ବରଗଡ଼ ଜିଲ୍ଲା ଗଣ୍ଠିଆପାଲି ଗାଁରୁ ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ଗାଁକୁ ବରଯାତ୍ରୀ ଆସିଥିଲେ । ଭୋଜି ଖାଇ ଫେରିବା ସମୟରେ ଭାରସାମ୍ୟ ହରାଇ ବୋଲେରୋଟି ଏକ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ମୃତକ ହେଲେ ବରଗଡ଼ ଜିଲ୍ଲା ମଳିପାଲୀର ବିରଞ୍ଚି ମଲ୍ଲିକ ଓ ଗ୍ରିନ୍ଦୋଳ ଗାଁର ଜିତେନ୍ଦ୍ର ବାଗ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।