ଭୁଲ ଇଞ୍ଜେକସନ୍ ଯୋଗୁଁ ଗଲା ଦୁଇ ଗୋରୁଙ୍କ ଜୀବନ: ପଶୁ ଡାକ୍ତରଙ୍କୁ ଉଠାଇନେଲା ପୋଲିସ

1 min read

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ନକଲି ପଶୁଚିକିତ୍ସକଙ୍କ ଦ୍ୱାରା ଭୁଲ୍ ଇଞ୍ଜେକସନ୍ ଦିଆଯାଇଥିବା ଯୋଗୁଁ ଦୁଇଟି ଗୋରୁଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ପରେ ଏବେ ନକଲି ପଶୁଚିକିତ୍ସକଙ୍କୁ ବାନ୍ଧି ନେଇଛି ପୋଲିସ୍  ।

ଆନନ୍ଦପୁର କଣ୍ଟାପାଳ ଗାଁର ବାଇନ ନାହକ ନିଜ ଗୋରୁ ଅସୁସ୍ଥତା ଯୋଗୁଁ ଗାଁର ବୀରକିଶୋର ଦାସଙ୍କୁ ଡକାଇଥିଲେ । ସ୍ଥାନୀୟ ଅଞ୍ଚଳରେ ସେ ଗାଁ ଗାଁ ବୁଲି ଗୋରୁ ଗାଈଙ୍କ ଚିକିତ୍ସା କରୁଥିବା ଓ ନିଜ ମୋଟର ସାଇକେଲରେ ମଧ୍ୟ ପଶୁଚିକିତ୍ସା ବିଭାଗ ସିମ୍ବଲ ଲଗାଇଥିବାରୁ ବାଇନ ତାଙ୍କ ଉପରେ ଭରସା କରିଥିଲେ । ହେଲେ ୪ଟି ଇଞ୍ଜେକ୍ସନ ଲଗାତର ଦେବାପରେ ଗାଇଟି ଆହୁରି ଅସୁସ୍ଥ ହୋଇ ମରିଯାଇଥିଲା । ବୀରକିଶୋର ତାଙ୍କ ଠାରୁ ଏ ବାବଦରେ ୪ହଜାର ଟଙ୍କା ନେଇଥିବା ଅଭିଯେଗ ହୋଇଛି । ସମାନ ଭାବେ ଗାଁର ଖିଲାର ସାହିର ଜଗନ୍ନାଥ ବାରିକ ଗାଈକୁ ମଧ୍ୟ ଚିକିତ୍ସା କରିଥିଲା ବୀରକିଶୋର  । ଗତ କାଲି ରିତିରେ ସେ ଗାଇଟି ମଧ୍ୟ ମରି ଯାଇଛି । ବୀର କିଶୋରଙ୍କ ବିରୋଧରେ ବାଇନ ଥାନାରେ ଅଭିଯେଗ କରିବାପରେ ପୋଲିସ୍ ବୀରକିଶୋରକୁ ଉଠାଇଆଣି ଅଟକରଖି ତଦନ୍ତ ତଳାଇଛି । ମୃତ ଗାଈଙ୍କ କ୍ଷତିପୂରଣ ଦାବି କରିଛନ୍ତି ଗାଁ ଲୋକେ ।

ଏଥିସହିତ ପଢ଼ନ୍ତୁ: ବଲାଙ୍ଗୀର ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା: ଭୀମଭୋଇ ମେଡିକାଲ କଲେଜରେ ପହଞ୍ଚିଲେ ମୃତକଙ୍କ ବାପା-ମାଆ