ଦୁଇ ବିଏସ୍‌ଏଫ୍‌ ଯବାନଙ୍କୁ କରେନା, ସାନିଟାଇଜ୍‌ ହେଲା ପୁରା କ୍ୟାମ୍ପ…

ଭୁବନେଶ୍ୱର/ଖୋର୍ଦ୍ଧା: ବିଏସ୍‌ଏଫ୍‌ ଯବାନଙ୍କୁ କରୋନା । ଖୋର୍ଦ୍ଧା ରୋଡ୍‌ ଜଟଣୀ ସ୍ଥିତ ବିଏସ୍‌ଏଫ୍‌ କ୍ୟାମ୍ପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଠାରେ ରହୁଥିବା ଯବାନଙ୍କ ମଧ୍ୟରୁ ଦୁଇ ଜଣ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

khordha Border Camp  କ୍ୟାମ୍ପରେ ମୋଟ୍‌ ୨୪୫ ଜଣ ଯବାନ ରହୁଛନ୍ତି । ତେବେ ଦୁଇ ଯବାନ ପଜିଟିଭ୍‌ ଚିହ୍ନଟ ହେବା ପରେ ସମସ୍ତଙ୍କ ସ୍ୱାବ୍‌ ଟେଷ୍ଟ କରାଯିବ ବୋଲି ସ୍ଥିର ହୋଇଛି । ଖୁବ୍‌ ଶୀଘ୍ର ସେମାନଙ୍କ କରୋନା ଟେଷ୍ଟିଂ କରାଯିବ ।

khordha Border Camp

ଏହାସହ ବିଏସ୍‌ଏଫ୍‌ କ୍ୟାମ୍ପ୍ ପରିସରକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରାଯାଇଛି । ପୂର୍ବରୁ ସ୍ଥାନୀୟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା । ହେଲେ ଏବେ ଏହାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ଆବଶ୍ୟକତା ନଥିବା ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି ।

khordha Border Camp

ଏହା ପୂର୍ବରୁ ଓଡ୍‌ରାଫ୍‌ ଓ ଏନ୍‌ଡିଆର୍‌ ଯବାନମାନେ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ । ସେମାନେ ଅମ୍ଫାନ୍‌ ବିପତ୍ତି ବେଳେ ପଶ୍ଚିମବଙ୍ଗ ଯାଇଥିଲେ ଓ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Leave a Reply