spot_img

Latest Posts

କଂଗ୍ରେସର ଅଫିସିଆଲ ଆକାଉଣ୍ଟ ଲକ୍ କଲା ଟ୍ୱିଟର

ନୂଆଦିଲ୍ଲୀ: କଂଗ୍ରେସର ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଲକ୍ କଲା ଟ୍ୱିଟର। କମ୍ପାନୀ ନିୟମ ଉଲ୍ଲଂଘନ କରାଯାଇଥିବାରୁ ଅଫିସିଆଲ ଆକାଉଣ୍ଟ ବ୍ଲକ କରାଯାଇଥିବା ନେଇ ଟ୍ୱିଟର ପକ୍ଷରୁ କୁହାଯାଇଛି। ଅସ୍ଥାୟୀ ଭାବେ କଂଗ୍ରେସ ଆକାଉଣ୍ଟକୁ ଟ୍ୱିଟର ବ୍ଲକ କରିଥିବା ଜଣାପଡିଛି।

ଦଳର ମିଡିଆ ମୁଖ୍ୟ ତଥା ମୁଖପାତ୍ର ରଣଦୀପ ସୂରଜେୱାଲାଙ୍କ ସମେତ ଅଖିଳ ଭାରତ କଂଗ୍ରେସ କମିଟିର ମହାସଚିବ ଅଜୟ ମାକନ, ବରିଷ୍ଠ ନେତା ମନିକମ୍ ଟାଗୋର, ଆସାମ ପ୍ରଭାରୀ ଜିତେନ୍ଦ୍ର ସିଂ ଓ ମହିଳା କଂଗୟେସ ଅଧ୍ୟକ୍ଷା ସୁସ୍ମିତା ଦେବଙ୍କ ଆକାଉଣ୍ଟକୁ ଟ୍ୱିଟର ଅସ୍ଥାୟୀ ଭାବେ ସସ୍‌ପେଣ୍ଡ କରିଥିବା ଅଭିଯୋଗ ହୋଇଛି।

ତେବେ ଏଭଳି ଘଟଣାରେ ମୁହଁ ଖୋଲିଛନ୍ତି ଶଶି ଥରୁର୍ । ସେ କହିଛନ୍ତି ଯେ, ଟ୍ୱିଟର ନିଜ ପଲିସିରେ ପରିବର୍ତ୍ତନ ଆଣିବା ଉଚିତ୍ । ‘‘୯ ବର୍ଷର ଦଳିତ ଶିଶୁ ଦୁଷ୍କର୍ମ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ । କିନ୍ତୁ ଆଇନର ଅବହେଳା ବଦଳରେ ରାହୁଲ ଗାନ୍ଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ନୁହେଁ’’ ।

ସେ ଆହୁରି ମଧ୍ୟ କହିଛନ୍ତି, ଆମେ ବୁଝୁଛୁ ଯେ ଭାରତୀୟ ଆଇନ୍ ଓ ଟ୍ୱିଟର ନୀତି ଉଂଲ୍ଲଘନ କରୁଥିବା ଆକାଉଣ୍ଟସକୁ ବ୍ଲକ୍ କରିବା ତାହାର ବିବଶତା । ତଥାପି ଟ୍ୱିଟର ପଲିସିର ସମୀକ୍ଷା କରିବା ଉଚିତ୍ । ଆକାଉଣ୍ଟସକୁ ଅଟୋମେଟିକାଲ୍ ବ୍ଲକ୍ ଅଧିକ ହେଇଯାଉଛି, ଯାହା ଫଳରେ ଭାରତୀୟ ନାଗରିକଙ୍କୁ ମିଳୁଥିବା ଅଧିକାରକୁ ଏକପ୍ରକାର କ୍ଷୁର୍ଣ୍ଣ କରୁଛି’’।

ସୂଚନାଯୋଗ୍ୟ, ୪ଦିନ ତଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟକୁ ଟ୍ୱିଟର ପକ୍ଷରୁ ସସପେଣ୍ଡ କରାଯାଇଥିଲା। ଏବେ ବି ରାହୁଲଙ୍କ ଆକାଉଣ୍ଟ ଲକ୍ ରହିଛି । ଦିଲ୍ଲୀ ବଳାତ୍କାର ପୀଡ଼ିତା ନାବାଳିକାଙ୍କ ପରିବାର ସହ ଫଟୋ ଟ୍ୱିଟରରେ ପୋଷ୍ଟ କରିବା ଯୋଗୁ କମ୍ପାନୀ ତାଙ୍କ ଆକାଉଣ୍ଟ ସସପେଣ୍ଡ କରିଥିବା ନେଇ ପ୍ରକାଶ କରାଯାଇଥିଲା ।

 

Latest Posts

Don't Miss