ଟ୍ୱିଟରରେ କାହିଁକି କମୁଛି ଲୋକଙ୍କ ଫଲୋଅର୍ସ ?
1 min readନୂଆଦିଲ୍ଲୀ: ଟ୍ୱିଟର ବିରୋଧରେ ଲୋକଙ୍କ ଅଭିଯୋଗ । କମୁଛି ଫଲୋଅର୍ସ ସଂଖ୍ୟା । ଏହାକୁ ନେଇ କିଛି ଲୋକ ଅଭିଯୋଗ କରିଛନ୍ତି କି ଟ୍ୱିଟର ଜାଣିଶୁଣି ଏଭଳି କରୁଛି । ତେବେ ଏମିତି କାହିଁକି ହେଉଛି ସେନେଇ ଟ୍ୱିଟର ସୂଚନା ଦେଇଛି ।
ବଲିଉଡ୍ ଅଭିନେତା ଅନୁପମ ଖେର୍ ଏବଂ ଅନ୍ୟ ଜଣେ ସାମ୍ବାଦିକ ମଧ୍ୟ ଅଭିଯୋଗ କରିଥିଲେ କି ସେମାନଙ୍କର ଶତାଧିକ ଫଲୋଅର୍ସ ଗୋଟିଏ ଦିନରେ କମି ଯାଇଛନ୍ତି । ତେବେ ଟ୍ୱିଟରର କହିବା କଥା ହେଉଛି, ଫଲୋଅର୍ସ କମିବାର କାରଣ ହେଉଛି ସ୍ପାମ୍ ପ୍ରୋଫାଇଲ୍ । ଟ୍ୱିଟର ସମୟ ସମୟରେ ସ୍ପାମ୍ ପ୍ରୋଫାଇଲକୁ ହଟାଇ ଥାଏ ।
You may notice some follower count fluctuations from time to time.
Accounts that we've asked to confirm their password or phone number aren't included in follower counts until they've confirmed that info. We do this regularly to help prevent spam and keep all accounts secure.
— Support (@Support) June 15, 2021
ଏହାକୁ ନେଇ ଟ୍ୱିଟର ଏକ ଟ୍ୱିଟ୍ ମଧ୍ୟ କରିଛି । ପୋଷ୍ଟରେ କମ୍ପାନୀ କହିଛି, ଆମେ ନିୟମିତ ସ୍ପାମ୍ ପ୍ରୋଫାଇଲକୁ ହଟାଇବା ସହ ଆକାଉଣ୍ଟକୁ ସୁରକ୍ଷିତ ରଖିବା ଲାଗି କାର୍ଯ୍ୟ କରୁଛୁ । କମ୍ପାନୀ ଅଧିକାଂଶ ସମୟରେ ଆକାଉଣ୍ଟ ପାସୱାର୍ଡ ଓ ଫୋନ୍ ନମ୍ବର ଭେରିଫାଏ କରିବାକୁ ମଧ୍ୟ କହିଥାଏ ।
ଆକାଉଣ୍ଟ ଟ୍ରୋଲ୍ ଭଳି କାର୍ଯ୍ୟ କଲେ କମ୍ପାନୀ ତାହାକୁ ଚେକ୍ କରେ । ଟ୍ୟାମ୍ପରିଂ ମେଲ୍ ଆଇଡିରେ ଆକାଉଣ୍ଟ ହୋଇଛି କି ଏହା ମଧ୍ୟ ଯାଞ୍ଚ କରେ କମ୍ପାନୀ । ୟୁଜରଙ୍କୁ ଭେରିଫାଏ ପାଇଁ ଟ୍ୱିଟର କହେ, ଭେରିଫାଏ ନକଲେ ଆକାଉଣ୍ଟକୁ ବ୍ଲକ୍ କରି ଦିଏ । ଏହି ଲକ୍ ପ୍ରୋଫାଇଲ୍ ଫଲୋଅର୍ସ କାଉଣ୍ଟ ଲିଷ୍ଟରେ ଆସେ ନାହିଁ ।