spot_img

Latest Posts

ବିବାହ କଲେ ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହୀ ଏବଂ ଷ୍ଟାଣ୍ଡଅପ୍ କମେଡିଆନ ବିଶ୍ୱ କଲ୍ୟାଣ ରଥ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଏବଂ ଓଡ଼ିଆ ଝିଅ ସୁଲଗ୍ନା ପାଣିଗ୍ରାହୀ । ସେ ଷ୍ଟାଣ୍ଡଅପ କମେଡିଆନ ବିଶ୍ୱ କଲ୍ୟାଣ ରଥଙ୍କୁ ବିବାହ କରିଛନ୍ତି । ଦୁହେଁ ସେଲିବ୍ରିଟି ଇନଷ୍ଟାଗ୍ରାମରେ ବିବାହର ଫଟୋ ସେୟାର କରିଛନ୍ତି । ଦୁହେଁ ୱେଡିଂ ଆଉଟଫିଟରେ ଖୁବ ସୁନ୍ଦର ଦେଖାଯାଉଥିଲେ ।

ଦୁହିଁଙ୍କ ବିବାହରେ ଫ୍ୟାନ୍ସ ଖୁବ ଖୁସି ଥିଲେ । ଦୁହେଁ ନିଜ ରିଲେସନସିପକୁ ଏତେ ପ୍ରାଇଭେଟ ରଖିଥିଲେ ଯେ, ବିବାହ ଫଟୋ ଦେଖି ତାଙ୍କ ଫ୍ୟାନ୍ସ ତାଜୁବ ହୋଇଯାଇଥିଲେ । ବିଶ୍ୱ ମଧ୍ୟ ନିଜ ଧର୍ମପତ୍ନୀ ସୁଲଗ୍ନା ସହ ଫଟୋ ସେୟାର କରିଛନ୍ତି । ନିଜ ପ୍ରୋଫେଶନ ଭଳି ସେ ନିଜ ୱେଡିଂ ଫଟୋରେ କ୍ୟାପସନ ମଧ୍ୟ ଦେଇଛନ୍ତି ।

ସୂଚନା ଅନୁଯାୟୀ ସୁଲଗ୍ନା ପାଣିଗ୍ରାହୀ ଟିଭି ସୋ ଧରା ଅମ୍ବରରୁ ନିଜ ଆକ୍ଟିଂ ଡେବ୍ୟୁ କରିଥିଲେ। ଏହାପରେ ସେ ଦୋ ସହେଲିୟା ଏବଂ ବିଦାଇ ଭଳି ସିରିଆଲରେ ନଜର ଆସିଛନ୍ତି। ବିଦାଇରେ ସୁଲଗ୍ନା ନେଗେଟିଭ ଚରିତ୍ରରେ ନଜର ଆସିଥିଲେ।

ଟିଭି ବ୍ୟତୀତ ସୁଲଗ୍ନା ଫିଲ୍ମରେ ମଧ୍ୟ ନିଜ ଅଭିନୟର ଯଦୁ ଦେଖାଇଥିଲେ। ସେ ମର୍ଡର ୨ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ସେ ଛୋଟ କିନ୍ତୁ ଖୁବ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଥିଲେ। ଏହାପରେ ଗୁରୁ ଦକ୍ଷିଣା ଏବଂ ରେଡ ଭଳି ଫିଲ୍ମରେ ନଜର ଆସିଛନ୍ତି।

ସେହିପରି ବିଶ୍ୱ କଲ୍ୟାଣ ରଥ କହିବାକୁ ଗଲେ, ସେ ଜଣେ ଜଣାଶୁଣା ଷ୍ଟାଣ୍ଡଅପ କମେଡିଆନ, ଲେଖକ ଏବଂ ୟୁଟ୍ୟୁବର ଅଟନ୍ତି । ସୋସିଆଲ ମିଡିଆରେ ବିଶ୍ୱ ଜଣେ ଖୁବ ଜଣଆଶୁଣା ଚେହେରା। ଅନେକ ଷ୍ଟାଣ୍ଡଅପ କମେଡୀରେ ଦର୍ଶକ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି।

Latest Posts

Don't Miss