କନକବର୍ଦ୍ଧନ ସିଂହଦେଓଙ୍କୁ ଗିରଫ ଦାବି କଲା ତୁରେକେଲା ବ୍ଲକ ଆଦିବାସୀ କଲ୍ୟାଣ ସଂଘ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବିଡିଓଙ୍କୁ ଦୁର୍ବ୍ୟବହାର ଘଟଣାରେ ବିଜେପି ନେତା କନକବର୍ଦ୍ଧନ ସିଂହଦେଓଙ୍କୁ ଗିରଫ ଦାବି କଲା ତୁରେକେଲା ବ୍ଲକ ଆଦିବାସୀ କଲ୍ୟାଣ ସଂଘ । ଗତ ୧୮ ତାରିଖରେ ବେଲପଡ଼ା ବିଡିଓ ଭିକ୍ଟର ସୋରେନଙ୍କୁ ଗାଳି ଦେବା ସହ ଜଣେ ପିଅନ ବୋଲି କହିଥିଲେ କନକବର୍ଦ୍ଧନ ସିଂହଦେଓ ।

କନକବର୍ଦ୍ଧନଙ୍କୁ ଗିରଫ କରିବା ପାଇଁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତୁରେକେଲା ବ୍ଲକ ପକ୍ଷରୁ ଦାବି କରାଯାଇଛି । ବିଡିଓ ଭିକ୍ଟର ସୋରେନ ଜଣେ ଆଦିବାସୀ ସମ୍ପ୍ରଦାୟର । ତାଙ୍କୁ ଗାଳିଦେବା ଦ୍ୱାରା ଆଦିବାସୀଙ୍କ ମର୍ଯ୍ୟାଦା କ୍ଷୁଣ୍ଣ ହୋଇଛି । ଏନେଇ କନକବର୍ଦ୍ଧନ ସିଂହଦେଓଙ୍କ ନାଁରେ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ ହୋଇଛି । କନକବର୍ଦ୍ଧନଙ୍କୁ ଗିରଫ କରିବା ପାଇଁ ଆଦିବାସୀ ନେତା ଦାବି କରିଛନ୍ତି ।