ନନ୍ଦିଘୋଷ ବ୍ୟୁରୋ;ରାଜରାସ୍ତାରେ ଶିକ୍ଷକ I ରାଜଧାନୀରେ ଚାଲିଥିବା ଶିକ୍ଷକଙ୍କ ବିଶାଳ ଗଣଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି । ଅହୋରାତ୍ର ଧାରଣାରେ ବସିଛନ୍ତି ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ଶିକ୍ଷକ ଓ ଅଧ୍ୟାପକ । ଦିନକ ତଳେ ସରକାରଙ୍କ ସହିତ ସଂଘ ଆଲୋଚନା କରିଥିଲା । ହେଲେ ଆଲୋଚନା ବିଫଳ ହୋଇଥିଲା । ଲିଖିତ ପ୍ରତିଶ୍ରୁତି ନମିଳିବା ଯାଏଁ ଆନ୍ଦୋଳନରୁ ହଟିବେନି ବୋଲି ଚେତେଇ ଦେଇଛନ୍ତି। ଗତ ୩ ଦିନ ହେବ ହକ୍ ପାଇଁ ରାଜରାସ୍ତାରେ ଶିକ୍ଷକ। ବର୍ଷାରେ ଭିଜିଭିଜି ଗାନ୍ଧିମାର୍ଗରେ ଅହୋରାତ୍ର ଧାରଣା ଦେଇଛନ୍ତି । ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଦିଆଯାଇଥିବା ଡାକରାରେ ଏକାଠି ହୋଇଛନ୍ତି । ଅଣଅନୁଦାନପ୍ରାପ୍ତ, ଅନୁଦାନପ୍ରାପ୍ତ ସରକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ, କର୍ମଚାରୀ । ସେପଟେ ରାସ୍ତାରେ ଶିକ୍ଷକ ଥିବାରୁ ପ୍ରଭାବିତ ହୋଇଛି ପିଲାଙ୍କ ପାଠପଢ଼ା । ପାଳି କରି ଶିକ୍ଷକ ଧାରଣାସ୍ଥଳକୁ ଆସୁଥିବାରୁ ଅଳ୍ପ ଶିକ୍ଷକରେ ପାଠପଢ଼ା ଚାଲିଛି । ଆଉ ମାତ୍ର ମାସେ ପରେ ପରୀକ୍ଷା ଥିବାରୁ ପିଲାଙ୍କ ଭବିଷ୍ୟତ ସହ କାହିଁ ଖେଳ ହେଉଛି ସେ ନେଇ ପ୍ରଶ୍ନ ଉଠିଛି ।….

