ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ଏମିତି କହିଲେ ଟ୍ରମ୍ପ
1 min read
ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ସମୟ କ୍ରମେ ଗମ୍ଭୀର ହେବାରେ ଲାଗିଛି । ସାରା ବିଶ୍ବରେ ଏବେ ଯୁଦ୍ଧକୁ ନେଇ ଚର୍ଚ୍ଚା । ସେପଟେ ମଧ୍ୟସ୍ଥତା କରିବାକୁ ମନା କରି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ । ପାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ କମାଇବା ସହ ଶାନ୍ତି ପ୍ରତିଷ୍ଠା କରାଯାଉ ବୋଲି କହିଛନ୍ତି ଟ୍ରମ୍ପ । ଉଭୟ ଦେଶର ନେତାଙ୍କ ସହ ଭଲ ସମ୍ପର୍କ ରହିଥିବାବେଳେ ସେମାନଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଥିବା କହିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ । ସେପଟେ ଗୁରୁବାର ଆମେରିକା ଉପରାଷ୍ଟ୍ରପତି କହିଛନ୍ତି କି, ଭାରତ-ପାକିସ୍ତାନ ଯୁଦ୍ଧ ସହ ଆମର କୌଣସି ସମ୍ପୃକ୍ତି ନାହିଁ ।