ନନ୍ଦିଘୋଷ ବ୍ୟୁରୋ: ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା ଟ୍ରକ,ଡ୍ରାଇଭର ଗୁରୁତର। କେନ୍ଦୁଝର ଚମ୍ପୁଆ ରଇଡ଼ା OMC ଛକ ନିକଟରେ ଘଟିଛି ଦୁର୍ଘଟଣା। ଟ୍ରକଟି ଯୋଡ଼ା ପଟୁ ଭଦ୍ରାସାହି ଦିଗକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଟ୍ରକ୍ ନିୟନ୍ତ୍ରଣ ହରାଇଥିଲା। ଦୁର୍ଘଟଣାର ଭୟାବହତା ଏପରି ଥିଲା ଯେ, ଟ୍ରକ୍ ପ୍ରଥମେ ବାରିକେଡ୍ ଡେଇଁ ହାତୀ ଚଳାଚଳ ପାଇଁ ନିର୍ମିତ ଦୁଇଟି ଅଣ୍ଡରପାସ୍ ମଧ୍ୟରେ ପଡ଼ି ଚୁରମାର୍ ହୋଇଯାଇଥିଲା। ଘଟଣାର ସୂଚନା ପାଇ ସ୍ଥାନୀୟ ପୋଲିସ୍ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗୁରୁତର ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଚିକିତ୍ସାଳୟକୁ ପଠାଯାଇଛି। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

