ଆଇରନ ଚୋରି ପାଇଁ ଡ୍ରାଇଭରଙ୍କୁ ହତ୍ୟା, ତିନି ଗିରଫ

ସମ୍ବଲପୁର: ଟ୍ରକ୍ ଟ୍ରାଇଭରଙ୍କୁ ତଣ୍ଟି ଚିପି ହତ୍ୟା ଘଟଣାର ପର୍ଦ୍ଦାଫଶସ । ଟ୍ରକରେ ବୋଝେଇ ହୋଇଥିବା ଆଇରନ୍ ଚୋରି କରିବାକୁ ଡ୍ରାଇଭରଙ୍କୁ କରାଯାଇଥିଲା ହତ୍ୟା । ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କଲା ପୋଲିସ ।

ପୋଲିସ ସୂତ୍ରରୁ ପ୍ରକାଶ, ରାୟପୁରରୁ କୋଲକାତାକୁ ଆଇରନ ବୋଝେଇ କରି ଏକଟ୍ରକ ଯାଉଥିଲା । ହେଲେ ସମ୍ବଲପୁରରେ ଡ୍ରାଇଭରଙ୍କୁ ଚା’ରେ ନିଶା ଦେଇ ଅନ୍ୟ ସ୍ଥାନକୁ ନେଇ ହତ୍ୟା କରାଯାଇଛି । ନିଶା ଦେଇ ହତ୍ୟା କରିଛନ୍ତି ତିନି ଅଭିଯୁକ୍ତ ।

ଅଭିଯୁକ୍ତମାନେ ପୂର୍ବରୁ ସବୁ କିଛି ପ୍ଲାନ କରିଥିଲେ । ପ୍ଲାନ୍ ଅନୁସାରେ ଡ୍ରାଇଭରକୁ ଡାକି ନେଇଥିଲେ । ଚା’ରେ ନିଶା ଔଷଧ ଦେଇଥିଲେ । ନିଶାଯୁକ୍ତ ଚା’ ପିଇବା ପରେ ଡ୍ରାଇଭର ଜଣଙ୍କ ଅଚେତ ହୋଇଯାଇଥିଲେ । ଏହାପରେ ଅଭିଯୁକ୍ତମାନେ ତଣ୍ଟି ଚିପି ତାଙ୍କୁ ହତ୍ୟା କରିଥିଲେ । ବର୍ତ୍ତମାନ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏଥିରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ତାହାର ତଦନ୍ତ କରୁଛଇ । ଅଭିଯୁକ୍ତମାନଙ୍କୁ ପୁଣି ଥରେ ପୋଲିସ ରିମାଣ୍ଡରେ ନେବ ବୋଲି ଏସପି ସୂଚନା ଦେଇଛନ୍ତି ।