ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭରଙ୍କୁ ପୋଲିସ ଉପସ୍ଥିତିରେ ନିସ୍ତୁକ ମାଡ଼

1 min read

ବଲାଙ୍ଗୀର: ଟ୍ରକ ଡ୍ରାଇଭରକୁ ନିସ୍ତୁକ ମାଡ଼ । ଦୁର୍ଘଟଣା ଘଟାଇ ଫେରାର ହୋଇଯାଉଥିବାବେଳେ ଟ୍ରକ ଡ୍ରାଇଭରକୁ କାବୁ କରି ସ୍ଥାନୀୟ ବାସିନ୍ଦା ନିସ୍ତୁକ ମାଡ ମାରିଛନ୍ତି । ପୋଲିସ ହେପାଜତରେ ଥିବାବେଳେ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକ । ଏପରି ଏକ ଘଟଣା ଘଟିଛି ସୋନପୁର ସାତମାଇଲ ଛକରେ । ୫୭ନଂ ଜାତୀୟ ରାଜପଥ ସାତମାଇଲ ଛକ ଠାରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ମୃତକ ହେଲେ କୁଲେରବାହାଲି ଗାଁର ଅର୍ଜୁନ ବାଗ । ଗୁରୁତର ବ୍ୟକ୍ତି ହେଲେ ଲମ୍ବୋଦର ବଗର୍ତ୍ତି ।

ଦିନ ୧୧ଟାରେ ଅର୍ଜୁନ ଓ ଲମ୍ବୋଦର ଏକ ମୋଟର ସାଇକେଲରେ ଯାଉଥିବା ବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଘଟଣା ସ୍ଥଳରେ ହିଁ ଅର୍ଜୁନଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଗାଡ଼ି ଛାଡି ଫେରାର ମାରିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ଡ୍ରାଇଭରକୁ କାବୁ କରି ପୁଇଁତଲା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ହେପାଜତରେ ଥିବା ଟ୍ରକ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କରିଥିଲେ ଉତ୍ତ୍ୟକ୍ତ ଲୋକେ । ମୃତଦେହ ରଖି ବଲାଙ୍ଗିର-ସୋନପୁର ରାସ୍ତା ଅବରୋଧ କରିଛନ୍ତି ଲୋକେ ।

ଏଥିସହିତ ପଢ଼ନ୍ତୁ: କରୋନା ସଂକ୍ରମିତ ଚିହ୍ନଟ ପରେ ଭୁବନେଶ୍ୱର ଉପ ଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟ ସିଲ୍

 

Leave a Reply