ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିପଡ଼ିଲା ଇଟା ବୋଝେଇ ଟ୍ରକ୍‌

ନୟାଗଡ଼: ନୟାଗଡ଼ ଜିଲ୍ଲା ଖଣ୍ଡପଡା ସୁନାମୁହିଁ ଠାରେ ଓଲଟିଲା ଇଟା ବୋଝେଇ ଟ୍ରକ୍‌। ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଲା ଟ୍ରକ୍‌। ଦୁର୍ଘଟଣାରେ ଜଣେ ଶ୍ରମିକ ମୃତ, ଦୁଇ ଗୁରୁତର। ମୃତକ ହେଲେ ଅଭୟ ସ୍ୱାଇଁ। ଟ୍ରକଟି ଶିଖରପୁରରୁ ଇଟା ନେଇ ଭୁବନେଶ୍ୱର ଯାଉଥିବାବେଳେ ସୁନାମୁହିଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭରଙ୍କ ସମେତ ୨ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବକୁ ଉଦ୍ଧାର କରିବା ସହିତ ଗରୁତରଙ୍କୁ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି।

Leave a Reply