ରେଳ ମନ୍ତ୍ରାଳୟ ସହ ଯୋଡିହେବେ ଆଦିବାସୀ ଓ ମହିଳା

1 min read

ନୂଆଦିଲ୍ଲୀ: ସଂସଦରେ ବଜେଟ ଆଗତ ହେବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ।  2022-23 ବଜେଟରେ ରେଳ ମନ୍ତ୍ରାଳୟକୁ ମିଳିଛି ୧ଲକ୍ଷ ୩୭ହଜାର କୋଟି ଟଙ୍କା । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ରେଳ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବଜେଟରେ ରେଳ ମନ୍ତ୍ରାଳୟ ପ୍ରତି ସମ୍ବେଦନଶୀଳ ଥିବାରୁ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଶ୍ବିନୀ ବୈଷ୍ଣବ। ୧୨ହଜାର କୋଟି ୩ମାସ ପୂର୍ବରୁ ରେଳ ମନ୍ତ୍ରାଳୟକୁ ମିଳିସାରିଛି ।

ବନ୍ଦେ ଭାରତ ଟ୍ରେନ ସାରା ଦେଶର ନେଟଓ୍ୱାର୍କକୁ ସୁଦୃଢ଼ କରିବ । ଆଦିବାସୀ, ମହିଳା ଓ ସେଲ୍ଫ ହେଲପ ଗ୍ରୁପଙ୍କୁ ରେଳ ମନ୍ତ୍ରାଳୟ ସହ ଯୋଡାଯିବ । ଏହାଦ୍ବାରା ସେମାନଙ୍କର ରୋଜଗାର ବଢିବ ବୋଲି ମନ୍ତ୍ରୀ କହିଛନ୍ତି ।  ଏହା ସହିତ ଏବେ ରେଳ ଯନ୍ତ୍ରାଂଶ ପ୍ରସ୍ତୁତି, ନେଟଓ୍ୱାର୍କ ସବୁକିଛିରେ ଦେଶ ସଫଳତା ପାଇଛି । ଭାରତରେ ଘଣ୍ଟାକୁ ୧୮୦କିମି ବେଗରେ ଟ୍ରେନ ଦୌଡ଼ୁଛି । ଏବେ କାରଖାନାରେ ମାସକୁ ୭ରୁ ୮ଟି କ୍ଷୀପ୍ରବେଗଗାମୀ ଟ୍ରେନ ନିର୍ମାଣ ନେଇ ଯୋଜନା ହେଉଛି । ଟ୍ରେନରେ ଦୈନିକ ଅଢ଼େଇ କୋଟି ଯାତ୍ରୀ ଯିବାଆସିବା କରୁଛନ୍ତି । ଭାରତୀୟ ରେଳ ମନ୍ତ୍ରଣାଳୟ ବଡ଼ ମହାସାଗରରେ ପରିଣତ ହୋଇଛି ବୋଲି ରେଳମନ୍ତ୍ରୀ କହିଛନ୍ତି ।

ସେପଟେ 5G ସ୍ପେକ୍ଟ୍ରମ ପାଇଁ ମାର୍ଚ୍ଚ ସୁଦ୍ଧା ଅକ୍ସନ ହେବ । ପ୍ରଧାନମନ୍ତ୍ରୀଙ୍କ ଅମୃତକାଳ ଯୋଜନାରେ IT ବିଭାଗ ରହିଛି । ସାଧାରଣ ନାଗରିକର ଜୀବନରେ ଅନେକ ପରିବର୍ତ୍ତନ ଆସିଛି । କେହି ବି ଭାବି ନଥିଲେ ଭାରତରେ ମୋବାଇଲ ତିଆରି ହେବ । ଏବେ ସମସ୍ତ ପ୍ରକାର IT ଯନ୍ତ୍ରାଂଶ ଭାରତରେ ନିର୍ମାଣ ହେଉଛି । ନୂଆ ଟେକ୍ନଲୋଜି ଆମ ଜୀବନ ସହ ଯୋଡି ହୋଇଯାଇଥିବା କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ  ।

Leave a Reply