ଏମ୍ସରେ ପିଲାଙ୍କ ଉପରେ ଟିକା ପରୀକ୍ଷଣ ଆରମ୍ଭ, ୩ଜଣ ପିଲାଙ୍କୁ ଦିଆଗଲା କୋଭାକ୍ସିନର ପ୍ରଥମ ଡୋଜ୍

1 min read
Expert panel approves Covaxin for Children Between 2-18 Years

ପାଟନା: କରୋନାର ତୃତୀୟ ଲହରୀକୁ ମାତ ଦେବାକୁ ପର୍ଯ୍ୟାୟକ୍ରମେ ଟିକା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉଛି । ଚଳିତ ବର୍ଷ କରୋନାରେ ଅଧିକ ଯୁବ ପିଢି ସଂକ୍ରମିତ ହେଉଥିବା ବେଳେ ଛୋଟ ପିଲାଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଲାଣି । ଏବଂ ଏହାକୁ ନିୟନ୍ତ୍ରଣରେ ଆଣିବାକୁ ବିଭିନ୍ନ ରାଜ୍ୟରେ ଲକଡାଉନ କରାଯିବା ସହ ଟିକାକରଣକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି । ଏବଂ କରୋନାର ତୃତୀୟ ଲହରୀ ପୂର୍ବରୁ ପିଲାମାନଙ୍କୁ ଟିକା ଦେବାପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ପାଟଣାର AIIMSରେ ପିଲାମାନଙ୍କ ଉପରେ ଭାରତ ବାୟୋଟେକର କୋଭାକ୍ସିନ ପରୀକ୍ଷା ଆରମ୍ଭ ହୋଇଛି । ସୂଚନାନୁସାରେ, ଜୁନ୍ ୨ରେ ପାଟନା AIIMS ରେ ପିଲାମାନଙ୍କଠାରେ କୋଭାକ୍ସିନ ପରୀକ୍ଷଣ କରାଯାଇଛି । ଯେଉଁଥିରେ ପ୍ରଥମ ଦିନରେ ତିନିଜଣ ପିଲାଙ୍କୁ ଏହି ଟିକା ଦିଆଯାଇଛି ।

ଏହି ଟିକା ପରୀକ୍ଷଣ ପାଇଁ ୧୫ ଜଣ ପିଲା ପାଟନା ଏମ୍ସରେ ପହଞ୍ଚିଥିଲେ । ପ୍ରଥମେ ପିଲାଙ୍କର ଆରଟିପିସିଆର ଏବଂ ଆଣ୍ଟିଜେନ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷା ପରେ ମାତ୍ର ୩ଜଣ ପିଲା ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଥିଲା ଏବଂ ସେମାନଙ୍କୁ ହିଁ ଏହି ଟିକା ପରୀକ୍ଷଣରେ ସାମିଲ କରାଯାଇଥିଲା । ଏହି ୩ଜଣ ପିଲାଙ୍କୁ କୋଭାକ୍ସିନର ପ୍ରଥମ ଡୋଲ ଦିଆଯାଇ ୨ଘଣ୍ଟା ପର୍ଯ୍ୟନ୍ତ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଇଥିଲା । ଏବଂ ସେମାନଙ୍କଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନଥିବା ଜଣାପଡ଼ିଥିଲା । ତେବେ ନିୟମ ଅନୁସାରେ ଏହିପିଲାମାନଙ୍କଠାରେ ୨୮ଦିନ ପରେ କୋଭାକ୍ସିନର ଦ୍ୱିତୀୟ ଡୋଜ ଦିଆଯିବ । ତେବେ ପାଟଣା ଏମ୍ସରେ ପିଲାମାନଙ୍କଠାରେ କରାଯାଇଥିବା ପରୀକ୍ଷଣ ଉପରେ ମେଡିକାଲର ସୁପରିଟେଣ୍ଡେଣ୍ଟ ଚନ୍ଦ୍ରମଣି ସିଂହ ନଜର ରଖିଛନ୍ତି । ଏବଂ ଏହି ଟିକାକରଣରେ ଆଗକୁ ୨ରୁ ୧୮ବର୍ଷ ବୟସର ଆଉ ୧୦୦ ପିଲାଙ୍କୁ ସାମିଲ କରିବାର ଲକ୍ଷ୍ୟ ରଖାଯାଇଛି ।

ସୂଚନା ଅନୁସାରେ ଦେଶର ବିଭିନ୍ନ କେନ୍ଦ୍ରରେ ୨ ରୁ ୧୮ ବର୍ଷର ପିଲାମାନଙ୍କ ଉପରେ ଟିକା ପରୀକ୍ଷା ଆରମ୍ଭ ହୋଇଛି। ପିଲାମାନଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜୁନ୍ ମାସରୁ ଆରମ୍ଭ ହୋଇ ଜୁଲାଇ ମଧ୍ୟଭାଗରେ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି । ଭାରତ ବାୟୋଟେକର ସୂଚନା ଅନୁଯାୟୀ, ଟିକାନେବା ପାଇଁ ପିଲାମାନଙ୍କ ସର୍ବ ନିମ୍ନ ବୟସ ୨ ବର୍ଷ ହେବ ।

କରୋନାର ତୃତୀୟ ଲହରୀ ପୂର୍ବରୁ ଭାରତ ସରକାର ପିଲାମାନଙ୍କଠାରେ ଟିକା ପରୀକ୍ଷାକୁ ଅନୁମୋଦନ ଦେଇଛନ୍ତି। ଦେଶର ମୋଟ ୫୨୫ ପିଲାଙ୍କ ଉପରେ ଏହି ପରୀକ୍ଷଣ କରାଯିବ । ଯେଉଁଥିରେ ଦିଲ୍ଲୀ, ପାଟନାର AIIMS ସମେତ ଅନେକ ବଡ ଡାକ୍ତରଖାନା ଅନ୍ତର୍ଭୁକ୍ତ କରାଯାଇଛି । ପରୀକ୍ଷା ସମୟରେ, ୨୮ ଦିନର ବ୍ୟବଧାନ ସହିତ ଟିକାର ଦୁଇଟି ଡୋଜ ଦିଆଯିବ ।

Leave a Reply