ଖୁବଶୀଘ୍ର ସ୍ୱଭାବିକ ହେବ ଟ୍ରେନ୍ ଚଳାଚଳ, ମିଳିବ ପୂର୍ବ ସୁବିଧା

Trains In The Country Will Become Normal In Two Months

ଭୁବନେଶ୍ୱର: ସ୍ୱଭାବିକ ହେବ ଭାରତର ସର୍ବବୃହତ ଯାତାୟାତ ମାଧ୍ୟମ । କରୋନା ପାଇଁ ପ୍ରଭାବିତ ହୋଇଥିବା ଓ ଲୋକଙ୍କ ଜୀବନକୁ ପ୍ରଭାବିତ କରିଥିବା ଟ୍ରେନ୍ ସେବା ଖୁବଶୀଘ୍ର ସ୍ୱଭାବିକ ହେବ । ଦେଶରେ ପୁଣି ପୂର୍ବଭଳି ଟ୍ରାକରେ ଦୌଡ଼ିବ ସବୁ ଟ୍ରେନ୍ । ଟ୍ରେନରୁ ହଟିବ ସ୍ପେଶାଲ୍ ଟ୍ୟାଗ୍ । ଦୁଇ ମାସ ମଧ୍ୟରେ ଦେଶରେ ଟ୍ରେନ୍ ସେବା ପୂର୍ବାବସ୍ଥାକୁ ଫେରି ଆସିବ ବୋଲି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Trains In The Country Will Become Normal In Two Months

ମହାମାରୀ କରୋନା ପାଇଁ ବଢ଼ିଥିବା ଟ୍ରେନ୍ ଭଡ଼ା ହ୍ରାସ୍ ପାଇବ ବୋଲି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ । ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ଚାଲିଥିବା କହିଛନ୍ତି ମନ୍ତ୍ରୀ । ଟ୍ରେନରୁ ସ୍ପେଶାଲ ଟାଗ ହଟିବା ପରେ ଭଡ଼ା କମିବ । କରୋନା ପୂର୍ବରୁ ମିଳୁଥିବା ସମସ୍ତ ସୁବିଧା ଓ ସେବା ଯାତ୍ରୀ ପୂର୍ବଭଳି ପାଇ ପାରିବେ । କରୋନା ପ୍ରଭାବ ହ୍ରାସ ପରେ ବିଶ୍ୱ ସ୍ତରରେ ସ୍ଥିତି ସୁଧୁରୁଥିବା ବେଳେ ସମସ୍ତ ଟ୍ରେନ୍ ଚଳାଚଳ ପାଇଁ ପଦକ୍ଷେପ ନେଉଛି ରେଳ ମନ୍ତ୍ରଣାଳୟ ।

Trains In The Country Will Become Normal In Two Months

ପୂର୍ବଭଳି ବରିଷ୍ଠ ନାଗରିକ, ଭିନ୍ନକ୍ଷମଙ୍କୁ ରିହାତି ଦରରେ ଟିକେଟ୍ ଯୋଗାଇ ଦେବ ରେଳବାଇ । କରୋନା ସ୍ଥିତି ଉପରେ ରେଳ ମନ୍ତ୍ରଣାଳୟ ନଜର ରଖିଥିବା ବେଳେ ଟ୍ରେନ୍ ସେବା ସମ୍ପୂର୍ଣ୍ଣ ସ୍ୱଭାବିକ ହେବ । ଏବେ ଦେଶର ୨୫ ହଜାରରୁ ଅଧିକ ଡାକ ଘରେ ଟ୍ରେନ୍ ଟିକେଟ୍ ମିଳୁଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।

Leave a Reply