କୋରାଇ ରେଳ ଷ୍ଟେସନ ପ୍ଲାଟଫର୍ମ ଉପରକୁ ମାଡ଼ିଗଲା ବଗି, ଚାପି ହୋଇ ୨ ମୃତ

ଯାଜପୁର: ଯାଜପୁର କୋରାଇ ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ପ୍ଲାଟଫର୍ମ ଉପରକୁ ମାଡିଗଲା ୮ରୁ ଅଧିକ ବଗି । ଟିକେଟ୍ କାଉଣ୍ଟର ସହ ପାହାଚକୁ ମାଡ଼ିଗଲା ଟ୍ରେନ ବଗି । ଟ୍ରେନକୁ ଅପେକ୍ଷା କରିଥିବା ଲୋକଙ୍କ ଉପରେ ଚଢ଼ିଗଲା ବଗି । ବଗି ତଳେ ଚାପି ହୋଇଥିବା ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୪ଜଣ ଗୁରୁତର ଭାବେ ଉଦ୍ଧାର ହୋଇଛନ୍ତି ।
ଗୁରୁତର ଆହତ ହୋଇଥିବା ୪ ଜଣଙ୍କ ମଧ୍ୟରେ ୨ ମହିଳା ଓ ଜଣେ ଶିଶୁ ରହିଛନ୍ତି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମବାହିନୀ ଓ ଆରପିଏଫ କର୍ମଚାରୀ ନିୟୋଜିତ ଅଛନ୍ତି । ବଗି ଓ ଭଙ୍ଗା ଘରେ ଆହୁରି ଅନେକ ଚାପି ହୋଇରହିଥିବା ସନ୍ଦେହ କରାଯାଉଛି ।